ଦଲକାଏ ସ୍ମୃତି
ଦଲକାଏ ସ୍ମୃତି
ମନେ ପଡ଼େ ସେଇ ପୁରୁଣା କଥା
ଅଳ୍ପ ବରଷାରେ କାଦୁଅ ମାଖା
ନଥିଲା ମନରେ ଟିକିଏ ଶଙ୍କା
ଶଗଡ଼ ବଳଦ ସର୍ବେ ହିନସ୍ତା ।
ତଥାପି ସେଦିନ ଥିଲା ସୁନ୍ଦର
ମନେ ନ ଥିଲା ତ ଟିକିଏ ଖେଦ
ମନେ ଆବିଳତା ନ ଥିଲା ଶୁଣ
ପର ଆପଣାର ନଥିଲା ଭେଦ ।
ଝଙ୍କା ବରଗଛ ମନେପଡଇ
ରତ୍ନ ଚିରା ନଦୀ ଯାଏ ଯେ ବହି
ବରଷା ଦିନରେ ନଦୀରେ ପାଣି
ପୋଲ ଭାସିଯାଏ ରାସ୍ତା ନ ଥାଇ ।
ରାସ୍ତା ପାରି ପାଇଁ ରେଳ ଧାରଣା
ଯୋଗ କରୁଥିଲା ଗାଁକୁ ସିନା
ସେଇ ଅନୁଭୂତି ସ୍ମତି ଅଭୁଲା
ତଥାପି ତ ଦୁଃଖ ଲାଗୁ ନଥିଲା ।
ସ୍ନେହ ସୋହାଗ ଯେ ଅନ୍ତରେ ଥିଲା
ସୁଖେ ଦୁଃଖେ ସର୍ବେ ମୋ ଗାଁ ବାଲା
ମତରେ ପ୍ରଭେଦ ନିଶ୍ଚିତ ଥିଲା
ମନାନ୍ତର କିନ୍ତୁ ହେଉ ନଥିଲା ।
ରାସ୍ତା ହୋଇଲା ପୋଲ ହୋଇଲା
ଗାଁ ମୋର ପୁଣି ଶିକ୍ଷିତ ହେଲା
ହେଲେ, ଖୋଜିଲେ ମିଳୁନି ସ୍ନେହ ଶରଧା
ଗାଁ ମୋର ପରା ଉନ୍ନତ ହେଲା ।
ମୋ ଗାଁରେ ଆଜି ସବୁ ସୁବିଧା
ଏକତା ହଜିଲା ଶିକ୍ଷା ନିଆରା
ରାଜନୀତି ଭଗ୍ନ ନୀତି ହୋଇଲା
ମୋ ଗାଁ ଏକତା ଭାଙ୍ଗି ଯେ ଗଲା ।
ଆସ ଯୁବ ଗୋଷ୍ଠୀ ଆଗକୁ ଆସ
ଯେଉଁ ଦଳ ହୁଅ ନ କର ରୋଷ
ଗାଁର ଉନ୍ନତି ହେଉ ଉଦ୍ଦେଶ୍ୟ
ଦଳୀୟ ଭାବନା କର ଯେ ଶେଷ ।
