STORYMIRROR

Sarojini Mishra

Abstract

4  

Sarojini Mishra

Abstract

ଦଲକାଏ ସ୍ମୃତି

ଦଲକାଏ ସ୍ମୃତି

1 min
361

ମନେ ପଡ଼େ ସେଇ ପୁରୁଣା କଥା

ଅଳ୍ପ ବରଷାରେ କାଦୁଅ ମାଖା

ନଥିଲା ମନରେ ଟିକିଏ ଶଙ୍କା

ଶଗଡ଼ ବଳଦ ସର୍ବେ ହିନସ୍ତା ।


ତଥାପି ସେଦିନ ଥିଲା ସୁନ୍ଦର

ମନେ ନ ଥିଲା ତ ଟିକିଏ ଖେଦ

ମନେ ଆବିଳତା ନ ଥିଲା ଶୁଣ

ପର ଆପଣାର ନଥିଲା ଭେଦ ।


ଝଙ୍କା ବରଗଛ ମନେପଡଇ

ରତ୍ନ ଚିରା ନଦୀ ଯାଏ ଯେ ବହି

ବରଷା ଦିନରେ ନଦୀରେ ପାଣି

ପୋଲ ଭାସିଯାଏ ରାସ୍ତା ନ ଥାଇ ।


ରାସ୍ତା ପାରି ପାଇଁ ରେଳ ଧାରଣା

ଯୋଗ କରୁଥିଲା ଗାଁକୁ ସିନା

ସେଇ ଅନୁଭୂତି ସ୍ମତି ଅଭୁଲା

ତଥାପି ତ ଦୁଃଖ ଲାଗୁ ନଥିଲା ।


ସ୍ନେହ ସୋହାଗ ଯେ ଅନ୍ତରେ ଥିଲା

ସୁଖେ ଦୁଃଖେ ସର୍ବେ ମୋ ଗାଁ ବାଲା

ମତରେ ପ୍ରଭେଦ ନିଶ୍ଚିତ ଥିଲା

ମନାନ୍ତର କିନ୍ତୁ ହେଉ ନଥିଲା ।


ରାସ୍ତା ହୋଇଲା ପୋଲ ହୋଇଲା

ଗାଁ ମୋର ପୁଣି ଶିକ୍ଷିତ ହେଲା

ହେଲେ, ଖୋଜିଲେ ମିଳୁନି ସ୍ନେହ ଶରଧା

ଗାଁ ମୋର ପରା ଉନ୍ନତ ହେଲା ।


ମୋ ଗାଁରେ ଆଜି ସବୁ ସୁବିଧା

ଏକତା ହଜିଲା ଶିକ୍ଷା ନିଆରା

ରାଜନୀତି ଭଗ୍ନ ନୀତି ହୋଇଲା

ମୋ ଗାଁ ଏକତା ଭାଙ୍ଗି ଯେ ଗଲା ।


ଆସ ଯୁବ ଗୋଷ୍ଠୀ ଆଗକୁ ଆସ

ଯେଉଁ ଦଳ ହୁଅ ନ କର ରୋଷ

ଗାଁର ଉନ୍ନତି ହେଉ ଉଦ୍ଦେଶ୍ୟ

ଦଳୀୟ ଭାବନା କର ଯେ ଶେଷ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract