STORYMIRROR

ବି. ନିରୁପମା

Abstract

3  

ବି. ନିରୁପମା

Abstract

ଦିଶୁନାହିଁ ଜମା ବୁଦ୍ଧି

ଦିଶୁନାହିଁ ଜମା ବୁଦ୍ଧି

1 min
260


କର ଧରି ତୋର କହୁଛି ଲୋ ଦୂତି

କହିଦେ ଶ୍ୟାମଙ୍କୁ ଯାଇ ,

ମୋ ନାମକୁ ଆଉ ଡାକିବେନି ଜମା

ମୋହନ ମୁରଲୀ ବାଇ


ଭଲା ମୁଁ ତାଙ୍କରି ପ୍ରେମରେ ପଡ଼ିଲି

ଦିବାନିଶି ହୁଏ ଘାରି ,

ବାଟରେ ଘାଟରେ ଯମୁନା ତୁଠରେ

ମହତ ଦେଲେଣି ସାରି


କୋଉ କୁଳର ମୁଁ ହୋଇ ରହିନାହିଁ

ବ୍ରଜ ସାରା ରଟେ ନିନ୍ଦା ,

କି ଦୋଷ ତାଙ୍କର କରିଥିଲି କହ

କରନ୍ତି ଏତେକ ଧନ୍ଦା


ଦମ୍ଭ ଯେତେ ମୋର ଛଡ଼ାଇ ନେଲେଣି

ଦିଶୁନାହିଁ ଜମା ବୁଦ୍ଧି ,

କେଉଁ ଦେବତାଙ୍କୁ ଗୁହାରି କରିଲେ

ମୋ କାମନା ହେବ ସିଦ୍ଧି


ମନ ପ୍ରାଣ ତାଙ୍କୁ ଅରପଣ କରି 

ଏତେ ସରି ଯଦି ହେବି ,

କାହିଁ ପାଇଁ କହ ଦେହ ଧରି ତେବେ

ଏ ମହୀରେ ରହିଥିବି



Rate this content
Log in

Similar oriya poem from Abstract