ଦିଶୁନାହିଁ ଆଉ ବାଟ
ଦିଶୁନାହିଁ ଆଉ ବାଟ


ସ୍ନେହ କରୁଣାର ଫୁଲ ଫୁଟାଇଲ ଅଭୁଲା ସେ ପ୍ରେମ ସ୍ନେହ
ମହା ସମାଜବରେ ଆଦର ବାର୍ତ୍ତା ଆହା କି ଅମୃତ ମୟ
ଅଦିନ ବଉଦ ମେଘ ପବନରେ ଧୋଇନେଲା ମୋର ମୋହ
ସେହି ଦିନଠାରୁ ଜୀବନ ଗୀତ ର ଭୁଲିଗଲି ତାଳ ଲୟ ।।
ଆଦର ସେନେହ ଛଳନା ଛନ୍ଦରେ ମନେ ଭରିଗଲା ବିଷ
ପୀୟୂଷ ରସରେ ଆବିଳ ଜହର ବିଶ୍ଵାସ ରେ ଅବିଶ୍ବାସ
ତାପରେ ବିଚ୍ଛେଦ ଅନେକ ଦୁଃଖରେ ସରି ଯାଉଛି ଆୟୁଷ
ଅବିଶ୍ଵସ କାଳ କରାଳ ତା ଗତି ଚାହିଁଛି ବସାଇ ଫାଶ ।।
ଚକ୍ରବାକ ଯେହ୍ନେ ଅଭିଶାପ ଫଳେ ରାତିସାରା ଉଜାଗର
ପ୍ରୀୟା ର ବିଚ୍ଛେଦ ଯାତନା ଭୋଗଇ ସମାନ ଅବସ୍ଥା ମୋର
ତରୁଣ ଜୀବନେ ତୋ ବିଚ୍ଛେଦେ ସଖୀ ଜୀବନ ସିନା ଅସାର
ତୋ ବିଚ୍ଛେଦ ନିଆଁ ଜାଳି ପୋଡିଦିଏ ୟେ ମୋ ନିର୍ଜନ କୁଟୀର ।।
ଅନ୍ଧାର ରାତିରେ ଅପଥେ ପଥିକ ପରି ହୁଏ ଛଟପଟ
ଆଶା ର ଆଲୋକ ଲିଭି ଲିଭି ଯାଏ ଦିଶୁନାହିଁ ଆଉ ବାଟ ।।