STORYMIRROR

Satyaprakash Sethy, M. A(UGC NET)

Tragedy

3  

Satyaprakash Sethy, M. A(UGC NET)

Tragedy

ଦଇନୀ

ଦଇନୀ

1 min
13.4K


ଜୀବନର ଚିରନ୍ତନ ସତ୍ୟ ଯେତେ
ସବୁ ସେ ମର୍ମେ ଭେଦିଛି
ହେଲେ ଗୋଟେ ସତ୍ୟ ହେଲାନି ବୋଲି ତ
ଅସତ୍ୟ ମୁଁ ପାଲଟିଛି।।
କାହିଁକି ଜୀବନେ ମୋର ସେ ତ ଭରିଲ
ହତାଶେ ଚନ୍ଦ୍ର କାଳିମା
ପାରୁନି ଯେ ଉଠି ଚଟାଣେ ଲୋଟିଛି
ସଳଖି ହେଉନି ଜମା।।
ତୁମଠୁଁ ଏମିତି ଜୀବନଟା କେବେ
ଚାହିଁଥିଲି ଭିକ୍ଷା ମୁଁ କି
ଦିଆଳିଆ ବୋଲି ଦେଇଛ କି ଟେକି
ମୁଫତରେ ସବୁ କିଛି?
ଜୀବେ ପରା ଦୟା ଦୟାର ପାଉଣା
ସବୁ ଦୁଃଖ ଅବସାଦ
କେମିତି ବା ଏତେ ପାରନ୍ତି ମୁଣ୍ଡାଇ
ସବୁତକ ଅପବାଦ?
ପାରୁନି ଯେ ଆଉ ଶରଣାପନ୍ନ ମୁଁ
ଯନ୍ତ୍ରଣା ମରଣ ଭ୍ରାନ୍ତି
ଥାଉନା ସେତିକି ଥକି ପଡ଼ିଲାଣି
ଦେଇଦେ ଏବେଠୁଁ ମୁକ୍ତି ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy