ଦୀପାଳି ଗୋ
ଦୀପାଳି ଗୋ
ଦୀପାଳି ଗୋ' ତୁମ ବିନା ମୁଁ ଜଳୁଛି
କିବା ଦିନ କିବା ରାତି ,
ମେଞ୍ଚାଏ ଅନ୍ଧାର ଚେନେ ଆଲୁଅରେ
ସେକୁଛି ଅତୀତ ସ୍ମୃତି ......
ଲେଖିଥିଲି କିଛି ଲହୁ ଲୁହ କଥା
ପୋଡ଼ିଗଲା ସେଇ ଚିଠି ,
ବିନା ବରଷାରେ ଲୁହେ ଭାସିଗଲା
ଠିକଣା ବିନା କେଉଁଠି......
ମୃଦୁ ହସ ତଳେ କେତେ ଅଭିନୟ
ହଜିଛି ଅତୀତ ସ୍ମୃତି ,
ଅଳସି ଓଠରେ ଭଟ୍ଟା ପଡ଼ିଯାଏ
ବାହୁନି କାନ୍ଦଇ ନିତି ......
ଦୂର ଦିଗନ୍ତର ଦଗ୍ଧ ଅନଳରେ
ରକ୍ତିମ ରଙ୍ଗ ପ୍ରକୃତି ,
ଭାଙ୍ଗିଛି ମନ୍ଦିର ମୁଖଶାଳା ଖୋଜେ
ପାଇବା ପାଇଁ ମୁକତି ......
ଦୀପାଳି ଗୋ' ତୁମ ବିନା ମୁଁ' ଲିଭିବି
ପାହିଗଲେ ଅମା ରାତି ,
ଅଣନିଃଶ୍ବାସୀ ମୁଁ ' ଜଳିଲା ପ୍ରଦୀପ
କରୁଣ ସ୍ୱରର ଗୀତି......
