STORYMIRROR

Papu parida

Abstract Classics Others

3  

Papu parida

Abstract Classics Others

ଦୀପାବଳିର ମହତ୍ତ୍ୱ

ଦୀପାବଳିର ମହତ୍ତ୍ୱ

1 min
256


ଦୀପାବଳି ଅଟେ ଆଲୋକର ପର୍ବ

ନୁହେଁ ପ୍ରଦୂଷଣ ଏବଂ ବାଣର

ପର୍ବର ଅର୍ଥକୁ ବିକୃତ ନ କରି

ସମ୍ମାନ ରଖିବା ଆମ ପୁରାଣର।


ଗୋଟିଏ ପରବ ଅନେକ ମାନ୍ୟତା

ଗୋଟି ଗୋଟି କରି ଶୁଣ।

ଭାରତ ସଂସ୍କୃତି କେତେ ଯେ ମହାନ

ଭଲ କରି ସର୍ବେ ଜାଣ।


ଅଧର୍ମ ସାମ୍ରାଜ୍ୟ ମାଟିରେ ମିଶାଇ

ରାମ କଲେ ଅଯୋଧ୍ୟା ଆଗମନ

ନଗରରେ ପ୍ରଜା ଦୀପ ଜାଳିଦେଇ

ଦେଲେ ରାଜାଙ୍କୁ ଯେ ଅଭିନନ୍ଦନ।


ଦ୍ୱାପରରେ ଥିଲା ନାରକା ରାକ୍ଷସ

ଯା ଆଗେ ଦେବ ଦାନବ ଅବଶ।

ସତ୍ୟଭାମା ହାତେ ବଧ ଯେବେ ହେଲା

ମର୍ତ୍ତ୍ୟରେ ଆଲୋକ ମାଳର ଆସର ଖେଳିଲା।


ମହାବୀର ବଳି ମାହାଦାନୀ ଥିଲେ

ବାମନ ହୋଇଣ ଜଗା ପାଦେ ଚାପିଦେଲେ 

ପ୍ରତିବଦଳରେ ଦେଲେ ବରଦାନ

ବରଷକୁ ଥରେ କର ଧାରାପୃଷ୍ଟେ ଆଗମନ।


ବାରବର୍ଷ ବନେ ବର୍ଷେ ଅଜ୍ଞାତବାସ ପରେ

ପାଣ୍ଡବ ପହଞ୍ଚିଲେ କୁରୁ ଉଆସରେ

ପାଣ୍ଡବପ୍ରେମୀ ଯେ ତାଙ୍କ ସ୍ୱାଗତରେ

ଜଳିଲେ ଆଲୋକ ହସ୍ତିନାପୁରରେ।


କିଏ କହେ ପୁଣି ଦୀପାବଳି ଦିନ 

ହୋଇଥିଲା ବିକ୍ରମାଦିତ୍ୟଙ୍କ ରାଜତିଳକ

କିଏ କହେ ପୁଣି ଏହି ଦିନରେ ହିଁ

ଜୈନ ପାଇଥିଲେ ଜ୍ଞାନ ଆଲୋକ।


ପିତୃପୁରୁଷଙ୍କ ଆତ୍ମତୃପ୍ତି ଲାଗି

ସର୍ବେ ପାଳନ୍ତି ଏହି ପରବକୁ

ଷଷ୍ଠ ଶିଖଗୁରୁ ହରଗୋବିନ୍ଦଙ୍କ ମୁକ୍ତି ଲାଗି

ସେମାନେ ପାଳନ୍ତି ଏ ଦିନକୁ।


ଭିନ୍ନ ଭିନ୍ନ ଜାଗା ଭିନ୍ନ ମତବାଦ

କିନ୍ତୁ ପାଳନ୍ତି ଭାରତ ସାରା

ମାତା ଭାରତିର ସନ୍ତାନ ଆମେ ଯେ

ଭାତୃତ୍ୱ ଆମ ଶିରପ୍ରସିରାରେ ଭରା।



ମୁଁ ପ୍ରତିଶ୍ରୁତିବଦ୍ଧ ଯେ ମୁଁ ଦୀପାବଳିରେ କୌଣସି ପ୍ରଦୂଷଣର କାରଣ ହେବି ନାହିଁ। ମୋ ମହାଭାରତୀୟ ସଂସ୍କୃତିର ମର୍ଯ୍ୟାଦା ରଖିବା ପାଇଁ ମୁଁ ଦୀପ ଜାଳାଇ ଦୀପାବଳି ପର୍ଵକୁ ଆନନ୍ଦ ଉଲ୍ଲାସରେ ପାଳନ କରିବି। ସମସ୍ତକୁ ଦୀପାବଳି ପର୍ବର ହାର୍ଦ୍ଦିକ ଅଭିନନ୍ଦନ ସହ ଅନୁରୋଧ ବାଣ ଏବଂ ପ୍ରଦୂଷଣ କୁ ପ୍ରୋତ୍ସାହନ ଦିଅନ୍ତୁ ନାହିଁ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract