STORYMIRROR

Sambit Srikumar

Abstract Classics Inspirational

4  

Sambit Srikumar

Abstract Classics Inspirational

ଦୀପାବଳି

ଦୀପାବଳି

1 min
283


ଶତାବ୍ଦୀର ଅମା ଅନ୍ଧକାର ହରି

ଜଳି ଉଠୁ ଜ୍ଞାନର ଦୀପାଳୀ;

ଅଜ୍ଞାନ ଅହମିକା ମନୁ ପରିହାରି

ଦେଉ ଏ ମଣିଷ ଷଡରିପୁ ବଳି!! 


ଦୀପଟିଏ ଜଳୁ ସବୁରି ଅନ୍ତରେ

ଶାନ୍ତି ପ୍ରୀତି ମୈତ୍ରୀ ମୁକ୍ତି ପାଇଁ

ଅନ୍ତର୍ଦୀପର ଦିବ୍ୟ ଆଭାରେ

ଅଜ୍ଞାନ ତିମିର ଯାଉ ଦୂରେଇ!! 


ବୃଥା ଆତସବାଜିର ଧୂମିଳ ଜ୍ବାଳାରେ

ଡହଳ ବିକଳ ଆଜି ଜୈବ ମଣ୍ଡଳ

ଆମରି ଆନନ୍ଦ ଉଲ୍ଲାସ ମଉଜ

ପାଲୋଟିଛି ଆନ ଲାଗି ଗରଳ!!


ଆପଣା କଷ୍ଟାର୍ଜିତ ଆର୍ଥିକ ସମ୍ବଳ

ସ୍ବାହା କରିବା କିମ୍ପା ଅଗ୍ନିଶିଖାରେ

ସୀମିତ ସାଧନେ ଆମେ ପାରିବା ଫୁଟାଇ

ହସର ଫୁଆରା ଦୁଃଖିରଙ୍କି ଜନ ମୁଖରେ!!


ଦୀପାବଳିର ଏଇ ପାବନ ପର୍ବରେ

ଜାଗି ଉଠୁ ସଦଭାବନା ସବୁରି ପ୍ରାଣରେ

ନବ ଚେତନାର ହେଉ ଶୁଭାରମ୍ଭ

ଶାଶ୍ୱତ ସଚ୍ଚିଦାନନ୍ଦରେ ପୁରି ଉଠୁ କୁମ୍ଭ!!



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract