Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bharatabandhu Biswal

Inspirational Children

4  

Bharatabandhu Biswal

Inspirational Children

ଦୀପାବଳି

ଦୀପାବଳି

1 min
328



ବରଷକ ଥରେ ଆଲୋକର ପର୍ବ

ମହୋତ୍ସବ ଅନୁଷ୍ଠାନ

ପାଞ୍ଚଦିନ ବ୍ୟାପୀ ହୁଏ ସମାରୋହ

କାର୍ତ୍ତିକ କୃଷ୍ଣ ପକ୍ଷେଣ ।

ପବିତ୍ର ସ୍ମାରକୀ ଅମାବାସ୍ୟା ତିଥି

ମହାବିଜୟର ଦିନ

ଅନ୍ଧାର ଉପରେ ଆଲୋକର ଜୟ

ଅଜ୍ଞାନ କୁ ଜିଣେ ଜ୍ଞାନ ।

ଯୁଗେ ଯୁଗେ ହୁଏ ଧର୍ମର ପ୍ରତିଷ୍ଠା

ପାପ ରାଶି ହୁଏ କ୍ଷୟ

ରାବଣକୁ ମାରି ଅଯୋଧ୍ୟା ପୁରୀକୁ

ଲେଉଟନ୍ତି ରାମ ରାୟ ।

ଦୀପ ରଙ୍ଗୋଲିରେ ହୁଏ ଗୃହସଜ୍ଜା

ରାତ୍ରୀକୁ ଆତସବାଜି

ଧନଧାନ୍ୟ ସୁଖ ସମ୍ପଦ ମନାସି

ପୂଜା ହୁଏ କାଳୀ ଲକ୍ଷ୍ମୀ ।

ଦ୍ରବ୍ୟ ଅଳଙ୍କାର ହୁଏ ଆହରଣ

ଭୋଜିଭାତ ପିଠାପଣା

ନର୍କ ଚର୍ତୁଦ୍ଦଶୀ ଧନ୍ୱନ୍ତରୀ ବିଷ୍ଣୁ

ବିଶ୍ୱକର୍ମା ଆରାଧନା ।

ବୈ।ଦ୍ଧ ଜୈନ ହିନ୍ଦୁ ବହୁ ଜନ ପ୍ରିୟ

ଦୀପାବଳି ଦିବ୍ୟ ପର୍ବ

ମିଷ୍ଟାନ୍ନ ବଣ୍ଟନ ଆନନ୍ଦ ଉଲ୍ଲାସେ

ହୋଇଥାଏ ସମାପନ ।

ଖୁସି ମନେ ଲୋକେ ପାଳନ୍ତି ଉତ୍ସବ

ସଭିଏଁ ଏକାଠି ମିଶି

ଭାବ ବନ୍ଧନକୁ କରିଥାଏ ଦୃଢ଼

ପର୍ବ ଉପହାର ଭେଟି ।

ଆଲୋକ ପର୍ବରେ ଅଟେ ମାରାତ୍ମକ

ହାବେଳୀ ଫଟକା ବାଣ

ଅବଶ୍ୟ ଉଚିତ କୋମଳମତିଙ୍କ

ବ୍ୟବହାରେ ନିୟନ୍ତ୍ରଣ ।

  


Rate this content
Log in

Similar oriya poem from Inspirational