STORYMIRROR

Kumarlal Rana

Classics

4.5  

Kumarlal Rana

Classics

ଦୀପାବଳି

ଦୀପାବଳି

1 min
209


କାର୍ତ୍ତିକ ମାସରେ ପ୍ରଭୁ ରାମ ଚନ୍ଦ୍ର 

   ବନବାସ ବୁଲା ସାରି

ଗମନ କରିଲେ ଅଯୋଧ୍ୟା ପ୍ରଦେଶ 

   ଆନନ୍ଦ ଭାବ ସଞ୍ଚାରି l

ଏ କାଳେ ପ୍ରବେଶ ଦୀପମହାପର୍ବ 

    ଜାଲିଲେ ପରଜା ଗଣ

ସନ୍ତୋଷ ଲାଭରେ ପରଜାଙ୍କ ମନ 

   ଲଭିଲେ ଦିବ୍ୟ କାରଣ l

କାର୍ତ୍ତିକ ମାସରେ ଅମାବାସ୍ୟା ତିଥି 

     ଯୋଗେ ହେଲା ଦୀପାବଳି

ଦୀପର ସଞ୍ଚାରେ ପରବ ଭାସିଲା 

       ଚନ୍ଦ୍ରମା କିରଣ ବଳି

l

ପରଜାଙ୍କ ମନ ଭାବର ମିଳନ 

    ଆଶାରେ ମୋହିଲେ ଲାଭ

ସାରା ରାଇଜରେ ପରବ ପାଳନ୍ତି 

    ପୁଣ୍ୟେ ହେଲା ମହୋତ୍ସବ l

ମାଟିର ଦୀପରେ ସହର ନଗର 

    ଗ୍ରାମ ସାଇ ପୁର ଜଳେ 

ଅନ୍ଧାର ଜୀବନେ ସୁଖର ଆଶ୍ରୟ 

     ଆଲୋକ ପୁରିଲା ଭଲେ ।

ସେବନ୍ତି ପରଜା ସେ ମାଆ କାଳୀଙ୍କି 

    କରନ୍ତି ଆସନେ ପୂଜା

ମାଆଙ୍କ ପ୍ରସାଦ ଲଭିବାର ଫଳ 

   ଉଡ଼ଇ ମାଟିରେ ଧ୍ବଜା ।।


Rate this content
Log in

Similar oriya poem from Classics