STORYMIRROR

Bidyadhar Mantry

Classics Inspirational

4  

Bidyadhar Mantry

Classics Inspirational

ଦୀପାବଳି ଖୁସି

ଦୀପାବଳି ଖୁସି

1 min
280


ପୂର୍ଣ୍ଣିମାର ଭ୍ରମ ଅମାବାସ୍ୟା ରାତ୍ରୀ

ଦୀପରେ ଆଲୋକିତ ହୁଏ ଧରିତ୍ରୀ

ଆନନ୍ଦ ଉଲ୍ଲାସ ଘରେ ଓ ବାହାରେ

ଆଲୋକର ପର୍ବ ପୁର ଓ ପଲ୍ଲୀରେ

ସମାଜର ପ୍ରତି କ୍ଷେତରେ ଉଲ୍ଲାସ

ସବୁରି ମୁଖରେ ଫୁଟୁଅଛି ହସ

ପିଠା ମିଠା ର ମହମହ ସୁବାସ

ଆନନ୍ଦ ମୁଖର ସାରା ପରିବେଶ


ଭାରତୀୟ ସଂସ୍କୃତିର ମହାନତା

ପୁରାଣ ବର୍ଣ୍ଣିତ ଦୀପାବଳୀ ଗାଥା

ବିଜୟ ଉତ୍ସବ ପାଳନ ବିଧାନ

ଦୀପାବଳି ରାତ୍ରୀ ଦୀପ ପ୍ରଜ୍ଜ୍ୱଳନ

ସେଇ ପରମ୍ପରା ହେଉଛି ପାଳନ

ପୁରାଣ ବର୍ଣ୍ଣନ କରି ଜୟଗାନ

ଦୀପାବଳି ନାମେ ଆଲୋକର ପର୍ବ

ଆମର ସଂସ୍କୃତି ଗର୍ବ ଗଉରବ

ପିତୃ ପୁରୁଷଙ୍କୁ ଆଲୋକ ପ୍ରଦାନ

ପୁଣ୍ୟ ହୁଏ ବୋଲି ରହିଛି କଥନ

ଆସ କେବଳ ଆଲୋକ ଦେଖାଇବା

ବାଣ ଫୁଟାଇ ଆଉ ନାହିଁ ଡରାଇବା 


ଆଜିକାଲି ଆଲୋକ ଠୁ ବାଣ ବେଶି

ବାଣ ଫୁଟା ସହ ଦ୍ଵିଗୁଣିତ ଖୁସି

ଆଲୋକରେ ହିଁ ଅନ୍ଧାର ଦୂରୀଭୂତ

ବୁଝିବାକୁ ହେବ ଆଲୋକ ମହତ୍ତ୍ଵ

ଜ୍ଞାନ ସମ ଦୀପ ଜଳୁ ହୃଦୟରେ

ପାପ ଚିନ୍ତାଧାରା ନ ରହୁ ମନରେ

ଦୀପ ଆଲୋକେ ଓ ବାଣ ଖୁସି ପରି

ମନ ଅନ୍ଧାର ଦୂର ହେଉ ସେପରି


ସତ୍ୟ ଧର୍ମର ବିଜୟ ବାରତା

ଇତିହାସ ପୁରାଣେ ରହିଛି ଗାଥା 

ଧର୍ମର ହାନି ଘଟୁଛି ପ୍ରତି କ୍ଷଣେ

ସତ୍ୟ ଲୁଚି ରହିଛି ନିଭୃତ କୋଣେ

ଆସ ଦୀପ ଜାଳି ସ୍ବାଗତ କରିବା

ସତ୍ୟ ଧର୍ମ ନ୍ୟାୟ ପନ୍ଥାରେ ଚାଲିବା

ବିଜୟ ହେଲେ ଫୁଟାଇବା ବାଣ

ନତୁବା ନ ଫୁଟୁ ଅଯଥାରେ ବାଣ


ବାଣରେ ହୁଏ ପରିବେଶ ଦୂଷିତ

ବାଣ ବିନା ବି ଖୁସି ଅଛି ତ୍ୱରିତ

ଆଜିଠାରୁ ସର୍ବେ ହେଲେ ସଚେତନ

ଆଗାମୀ ପିଢ଼ି ର ହେବ ଖୁସି ଦିନ

ଦୀପାବଳି ଖୁସି ରହୁ ଚିରଦିନ

ହସନ୍ତୁ ଭବିଷ୍ୟ ନାଗରିକ ଗଣ ।।


Rate this content
Log in

Similar oriya poem from Classics