STORYMIRROR

Harekrushna Deb Sahoo

Romance Fantasy Thriller

3  

Harekrushna Deb Sahoo

Romance Fantasy Thriller

ଦୀପ ଦୀପାବଳି

ଦୀପ ଦୀପାବଳି

1 min
161

ଦୀପ ଜଳେ ମୋର ନୟନ ଅଶ୍ରୁରେ

ଦୀପାବଳି ଦିନ ଆନନ୍ଦ ମନେ,

ଆଲୋକର ପର୍ବ ଆଣିଛି ହୃଦୟେ

ସୁଖଦୁଃଖ ଭରା ଉତ୍କଳ ଜନେ। 


ଅନ୍ଧକାର ନାଶେ ଆଲୋକର ଆଶା

ଘୋର ତମସାର ବିଦାୟ ବେଳା, 

ଜଳୁଛି ଦୀପାଳି ଆଖିର ଲୁହରେ

ଜାଳେ ପ୍ରେମିକକୁ ନକରି ହେଳା। 


ମିଞ୍ଜି ମିଞ୍ଜି ହୋଇ ଜଳୁଛି ଆକାଶେ

ଜୁଳୁଜୁଳିଆ ସେ ପୋକର ମେଳା, 

ଏମିତି ସପନ ଦେଖିନି ଜୀବନେ

ଅଗଣା ପାହାନ୍ତେ କରୁଛି ଖେଳା। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance