Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Tapan Kumar Swain

Children

4  

Tapan Kumar Swain

Children

ଦିଗନ୍ତ

ଦିଗନ୍ତ

1 min
400


ହସିଲାଣି ଏବେ ଗାଆଁ ନଈପଠା

ଶୋରିଷ ଫୁଲର କ୍ଷେତ,

ମେଳଣ ପଡ଼ିଆ ଭିଡ ଲାଗିଲାଣି

ଶୁଭିଲାଣି ନାଚ ଗୀତ ।


କେତେ ନିରିଜନ ରାତିର ଅନ୍ଧାରେ

ଫୁଟି ଶେଫାଳିର କଢି,

ସୁରୁଜ ଆସିବା ଆଗରୁ ଲାଜରେ

ମାଟିରେ ଗଲାଣି ଝଡି ।


ସୁଲୁ ସୁଲୁ ବହେ ଉତ୍ତରା ପବନ

କାଶଫୁଲ ଦେହ ଛୁଇଁ,

ପୂରୁବ ଆକାଶେ ପାହାଡ଼ ସେପାଖେ

ସୁରୁଜ ଆସଇ ଉଇଁ ।


ନଈପଠା ପରେ ବାଲିରେ ଖେଳଇ

ଦୂର ଆକାଶର ରବି,

ଗୋଧୂଳି ସଂଜରେ ଶରତ ବନ୍ଦାଏ

ପଶ୍ଚିମ ଆକାଶେ ଛବି ।


ଦୂର ଦିଗନ୍ତରେ ମେଲାଣି ନିଅନ୍ତି

ପକ୍ଷୀମାନେ ମେଳି ହୋଇ,

ଆକାଶର ରଙ୍ଗ ସତେକି ଯେମିତି

କିଏ ବସି ଦିଏ ଧୋଇ ।


ନଈ ବନ୍ଧପରେ କାଶତଣ୍ଡି ବସି

ପିନ୍ଧୁଥାଏ ଧୋବ ଶାଢ଼ୀ ,

ଛାଇ ଲେଉଟାଣି ବେଳେ ବଗ ପଲ

କେତେ ଯାଉ ଛନ୍ତି ଉଡି ।


ଶରତ ଆକାଶ ନିରିଜନ ଗୋଟେ

ଛୁଟି ଅବସର ବେଳା ,

ନାହିଁ କୋଳାହଳ ବଉଦଙ୍କ ଭିଡ଼

ମେଘ ବିଜୁଳିର ମେଳା ।

                


Rate this content
Log in

Similar oriya poem from Children