STORYMIRROR

RAKHAL CHANDRA SWAIN

Inspirational

3  

RAKHAL CHANDRA SWAIN

Inspirational

ଦିଗନ୍ତ ପଥେ ଯାତ୍ରା

ଦିଗନ୍ତ ପଥେ ଯାତ୍ରା

1 min
191

ସପନ ଶିଢିରେ,

ପାଦ ତଳକୁ ,ଉହ୍ୟ କରି,

ଦର୍ପଣ ବାଣ୍ଟୁଛି ମୁଁ,

ଅନ୍ଧ ଦେଶର ଅନ୍ଧାରି ମୁଲକରେ।


ନିୟତିର ନୁଖୁରା ସଂବିଧାନ କୁ,

ଆଡେଇ ଦେଇ,

ଅନ୍ଧାରର ପରସ୍ତ ପରସ୍ତ, ପାଖୁଡା ଛଡେଇ,

ଖୋଜୁଛି ମୁଁ,ଆଲୋକର ଉତ୍ସ।


ଭଙ୍ଗାରୁଜା ଅନୁଭୂତି ର ଅଳନ୍ଦି ଭିତରେ,

ବିଶ୍ଵାସ ର ଭିଡ଼ ଲଢେଇ ରେ,

ମୋର କ୍ଷୁଦ୍ରାତିକ୍ଷୁଦ୍ର ଶକ୍ତି ର ଅପଚୟ କରି,

ଲଢି ଲଢି ହାଲିଆ ମୁଁ ।

ହାଲିଆ,ରାମ ଠାରୁ କୃଷ୍ଣ ଯାଏ।

ଦୁର୍ଗା ଠାରୁ କାଳୀ ଯାଏ।

ସତ୍ୟ ଠାରୁ କଳି ଯାଏଁ।

ବୁଦ୍ଧ ଠାରୁ ସାଇ ଯାଏ।


ସେଇ ଛଳନାର ଅଳନ୍ଦି ଭିତରେ,

ଏବେ ବି ବଞ୍ଚିଛି ମହିଷା।

ଏବେବି ଜୀବିତ, ଦୁଃଶାସନ,ଦୁର୍ଯୋଧନ।

ସେଠି,

କୁଢ଼ କୁଢ଼ ଇର୍ଷା, କୁଢ଼ କୁଢ଼ ଅସୂୟା।

ହିଂସା,ପରଶ୍ରୀକାତରତା।


ଅନ୍ଧାର ଯେମିତି କୁ ସେମିତି।


ଶେଷରେ,ଅମରତ୍ବକୁ ଖୋଜି ଖୋଜି;

ଇର୍ଷା, ହିଂସା ଗୁଡା, ଅନ୍ଧାର ଭିତରେ,

ଛ'ଖଣ୍ଡ ବାଉଁଶ କୁ ଧରି,

ରାମ ନାମ ସତ୍ୟ ଗାଇ ଗାଇ,

ଆଖି ମୁଦି, ଅନ୍ଧାର କୁ ସ୍ଵାଗତ କରନ୍ତି,

ବିଲୁଆ, କୁକୁର ର, ହୁଳହୁଳି ଶଦ୍ଦ ଭିତରେ।


ତଥାପି, ଆଶାର ଆଲୋକ ଯୋଗାଉଛି,

ମିଞ୍ଜି ମିଞ୍ଜି ଜଳୁଥିବା ଧ୍ରୁବ।

ଦିଗ ହରା ନାବିକକୁ,

କୂଳ ରେ ଲାଗିବାର ପ୍ରତିଶ୍ରୁତି ଦେଉଛି,

ନିଜ ତପସ୍ୟା ର ଉଦାହରଣ ଦେଖେଇ।

     

       


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational