ଦିଗହରା ନାଉରୀ
ଦିଗହରା ନାଉରୀ
ଦିଗହରା ନାଉରୀ ମୁଁ ନେଉଅଛି
ପ୍ରାଣ ପ୍ରିୟ କୁଟୁମ୍ବ ନାଆଟି
ଅଥଳ ଜଞ୍ଜାଳ ସାଗରେ ବାହି
ଲକ୍ଷ ସ୍ଥଳ ମୋର କେଉଁଠି
ସେ ନିଜେ ଜାଣଇ ନାହିଁ
କେତେବେଳେ ଆସିବ
କେଉଁ ଝଡ ଝଞ୍ଜା ତାକୁ
ମୁକାବିଲା କରିବାର
ଧୈର୍ଯ୍ୟ ମୋ ପାଖରେ ନାହିଁ
ମୁଁ ଯେ ବେସାହାରା
ଆହେ ପରଂବ୍ରହ୍ମ ତୁମେମୋ ସାହାରା
ମାରିବ ତୁମେ ତାରିବ ତୁମେ
ତୁମରି ହାତର ଖେଳଣାମୁହିଁ
କୁଟୁମ୍ବର ପେଟ ପାଟଣାକୁ
ନିଜ ଆହୁଲା ରେ ଦେଇଛି ବାନ୍ଧି
ଟଳମଳ ହେଲେ ଡାକୁଛି ତ୍ରାହି ତ୍ରାହି
ରକ୍ଷା କର ପ୍ରଭୁ ମୁଁ ଯେ ତୁମରି ସୃଷ୍ଟି
ଦୟାକର ମୋ ଉପରେତୁମ କୃପା ଦୃଷ୍ଟି
ବଢି ନ ପାରଇ ଆଗକୁ ତୁମରି ବିନୁ
ଚାରି ପ୍ରାଣି କୁଟୁମ୍ବ କୁ
ମୋର ନିଅ ଆଗକୁ ଚଳାଇ
ଏତିକି ମିନତୀ କରୁଛି
ଆହେ ଜଗତ ସାଇଁ ।
