STORYMIRROR

Pramila Mohanty

Inspirational

3  

Pramila Mohanty

Inspirational

ଦିଗହରା ନାଉରୀ

ଦିଗହରା ନାଉରୀ

1 min
166

ଦିଗହରା ନାଉରୀ ମୁଁ ନେଉଅଛି

ପ୍ରାଣ ପ୍ରିୟ କୁଟୁମ୍ବ ନାଆଟି 

ଅଥଳ ଜଞ୍ଜାଳ ସାଗରେ ବାହି

ଲକ୍ଷ ସ୍ଥଳ ମୋର କେଉଁଠି

ସେ ନିଜେ ଜାଣଇ ନାହିଁ

କେତେବେଳେ ଆସିବ

କେଉଁ ଝଡ ଝଞ୍ଜା ତାକୁ

ମୁକାବିଲା କରିବାର

ଧୈର୍ଯ୍ୟ ମୋ ପାଖରେ ନାହିଁ

ମୁଁ ଯେ ବେସାହାରା

 ଆହେ ପରଂବ୍ରହ୍ମ ତୁମେମୋ ସାହାରା

ମାରିବ ତୁମେ ତାରିବ ତୁମେ

ତୁମରି ହାତର ଖେଳଣାମୁହିଁ

କୁଟୁମ୍ବର ପେଟ ପାଟଣାକୁ

ନିଜ ଆହୁଲା ରେ ଦେଇଛି ବାନ୍ଧି

ଟଳମଳ ହେଲେ ଡାକୁଛି ତ୍ରାହି ତ୍ରାହି

ରକ୍ଷା କର ପ୍ରଭୁ ମୁଁ ଯେ ତୁମରି ସୃଷ୍ଟି

ଦୟାକର ମୋ ଉପରେତୁମ କୃପା ଦୃଷ୍ଟି

ବଢି ନ ପାରଇ ଆଗକୁ ତୁମରି ବିନୁ

ଚାରି ପ୍ରାଣି କୁଟୁମ୍ବ କୁ

ମୋର ନିଅ ଆଗକୁ ଚଳାଇ

ଏତିକି ମିନତୀ କରୁଛି

 ଆହେ ଜଗତ ସାଇଁ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational