STORYMIRROR

Dr Prateek kumar Pahi

Inspirational

3  

Dr Prateek kumar Pahi

Inspirational

ଦିଏ ମତେ ଭାଷାଜ୍ଞାନ

ଦିଏ ମତେ ଭାଷାଜ୍ଞାନ

1 min
157

ସର୍ବସଂହା ରୂପ ସଦା ପଲ୍ଲବୀତ 

ମହିୟସୀ ସେ ଯେ ନାରୀ,

ଜୀବନ ସଙ୍ଗ୍ରାମେ ଆଗଧାଡ଼ି ଯୋଦ୍ଧା 

କେହି ନୁହଁ ତାକୁ ସରି....

କର୍ତ୍ତବ୍ୟ ଆହ୍ବାନେ ନ ହୋଇ ବିରକ୍ତ 

ମୁହଁ ରେ ଫୁଟାଏ ହସ,

ଧୈର୍ଯ୍ୟବତୀ ନାରୀ ଧରିତ୍ରୀ ସମାନ 

କା ଠାରେ ନ ହୁଏ ରୋଷ....

ହେଲେ କୁଳବଧୂ ସଂସ୍କୃତି ସମ୍ପନ୍ନା 

ଗୋଟିଏ ଚାଉଳେ ଗଢା,

ଚାକିରୀ ବାଣିଜ୍ୟେ ଆଣଇ ସୁନାମ 

କରେ ନାହିଁ ହାତଛଡା....

ସେହି ଦେବୀ ପାଦେ କୋଟି ଦଣ୍ଡବତ 

ଘରେ ଘରେ ଯା'ର ସ୍ଥାନ,

ମହାବିଦ୍ୟା ରୂପେ ଶକ୍ତିପୀଠେ ରହି 

ଦିଏ ମତେ ଭାଷା ଜ୍ଞାନ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational