ଦିଦି ମୋର ଦୟାନଦୀ
ଦିଦି ମୋର ଦୟାନଦୀ
କେତେ ଅଭିମାନ କଲେବି ଦିଦି ଲୋ, ଛାଇ ପରି ଅଛୁ ରହି,
ଭାଇ ବୋଲି ମୋତେ ଭାବିଦେଇ ମନେ, ସ୍ନେହାଦର କରୁ ତୁହି।
ସ୍ୱାର୍ଥପର ଏ' ସମାଜ ମଧ୍ୟରେ,ତୁ ନିଃସ୍ୱାର୍ଥପରର ଛାଇ,
ସେ' ନିଃସ୍ୱାର୍ଥପର ସ୍ନେହ ସୁଗୁଣରେ, ମୋ' ଦିଦି ସମ କେ' ନାହିଁ।
ଖାଲି ଖାଲିଟାରେ କଥାରେ କଥାରେ, କେତେ କଷ୍ଟ ଦିଏ ମୁହିଁ,
କେତେ ଅଭିମାନ କଲେବି ଦିଦି ଲୋ, ଛାଇ ପରି ଅଛୁ ରହି।
ସଦା ସରବଦା ଅଛୁ ଦିଦି ତୁହି, କେବଳ ମୋହରି ପାଇଁ,
କହିଥାଉ ସଦା ସର୍ବତ୍ର ଦିଦି ଲୋ, ଭାଇ ତୋ' ମନର ନଈ।
ଘଡିକ ପାଇଁ କି ମୋତେ ନ' ଦେଖିଲେ, ଦିଦି ଦୁଃଖେ ଭାଙ୍ଗିଯାଏ,
ଖାଏ ନାହିଁ ଅବା ଶୋଏ ନାହିଁ ସିଏ, କଇଁ କଇଁ କାନ୍ଦିଥାଏ।
ଏତେ ସ୍ନେହ ଶ୍ରଦ୍ଧା ପାଇ ବି ତୋ' ଠାରୁ,କଟାକ୍ଷ କରଇ ମୁହିଁ,
ଭାଇ ବୋଲି ମୋତେ ଭାବିଦେଇ ମନେ, ସ୍ନେହାଦର କରୁ ତୁହି।
ଭଲପାଏ ଦିଦି ତୋତେ ମୁଁ ବହୁତ, ତୁଳନାରେ ନୀଳାକାଶ,
ରହିଥିବି ସଦା ତୋହରି ସାଥିରେ,ଛାଡିବିନି କେବେ ପାଶ।