STORYMIRROR

Ch Loknath Reddy

Classics Inspirational Children

3  

Ch Loknath Reddy

Classics Inspirational Children

ଦିଦି ମୋର ଦୟାନଦୀ

ଦିଦି ମୋର ଦୟାନଦୀ

1 min
143


କେତେ ଅଭିମାନ କଲେବି ଦିଦି ଲୋ, ଛାଇ ପରି ଅଛୁ ରହି,

ଭାଇ ବୋଲି ମୋତେ ଭାବିଦେଇ ମନେ, ସ୍ନେହାଦର କରୁ ତୁହି।


ସ୍ୱାର୍ଥପର ଏ' ସମାଜ ମଧ୍ୟରେ,ତୁ ନିଃସ୍ୱାର୍ଥପରର ଛାଇ,

ସେ' ନିଃସ୍ୱାର୍ଥପର ସ୍ନେହ ସୁଗୁଣରେ, ମୋ' ଦିଦି ସମ କେ' ନାହିଁ।

ଖାଲି ଖାଲିଟାରେ କଥାରେ କଥାରେ, କେତେ କଷ୍ଟ ଦିଏ ମୁହିଁ,

କେତେ ଅଭିମାନ କଲେବି ଦିଦି ଲୋ, ଛାଇ ପରି ଅଛୁ ରହି।


ସଦା ସରବଦା ଅଛୁ ଦିଦି ତୁହି, କେବଳ ମୋହରି ପାଇଁ,

କହିଥାଉ ସଦା ସର୍ବତ୍ର ଦିଦି ଲୋ, ଭାଇ ତୋ' ମନର ନଈ।


ଘଡିକ ପାଇଁ କି ମୋତେ ନ' ଦେଖିଲେ, ଦିଦି ଦୁଃଖେ ଭାଙ୍ଗିଯାଏ,

ଖାଏ ନାହିଁ ଅବା ଶୋଏ ନାହିଁ ସିଏ, କଇଁ କଇଁ କାନ୍ଦିଥାଏ।

ଏତେ ସ୍ନେହ ଶ୍ରଦ୍ଧା ପାଇ ବି ତୋ' ଠାରୁ,କଟାକ୍ଷ କରଇ ମୁହିଁ,

ଭାଇ ବୋଲି ମୋତେ ଭାବିଦେଇ ମନେ, ସ୍ନେହାଦର କରୁ ତୁହି।


ଭଲପାଏ ଦିଦି ତୋତେ ମୁଁ ବହୁତ, ତୁଳନାରେ ନୀଳାକାଶ,

ରହିଥିବି ସଦା ତୋହରି ସାଥିରେ,ଛାଡିବିନି କେବେ ପାଶ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics