STORYMIRROR

Samita Swain

Inspirational Others

3  

Samita Swain

Inspirational Others

ଦିବ୍ୟ ଜନନୀ ମା

ଦିବ୍ୟ ଜନନୀ ମା

1 min
239


ମମତା ମୟୀ ଗୋ ମଧୁମୟୀ ମାଆ 

  ଦିଅ ଥରେ ଦରଶନ

ଅଭୟ ଆଶ୍ରିତ ଚରଣ କମଳେ 

 କରି ଦିଅ ମୋତେ ଲୀନ।।


ତୃଷାର୍ତ୍ତ ପ୍ରାଣ ମୋ ଚାତକ ଯେସନେ 

   ଚାହିଁଛି ବେନି ନୟନ

 ଝରାଇ ଦିଅ ମା ' କରୁଣାର ବାରି 

   ତୃପ୍ତ ହେଉ ମୋର ମନ।।


ଶାଶ୍ବତ ପ୍ରୀତି ର ଦିବ୍ୟ ପ୍ରେମଧାରେ 

   ମନକୁ ଭିଜାଇ ଦେଇ

ତୋଳିନିଅ କରେ ଦୁଃଖ ରେ ସୁଖରେ

   ମୋ ଆତ୍ମା ଭିତରେ ଥାଇ।।


ସକଳ ବାସନା କରିଦିଅ ଦୂର

   ଚେତନା ର ସରହଦେ

ଦିଅ ସଦ୍ ବୁଦ୍ଧି, ପ୍ରଶାନ୍ତି ଆନନ୍ଦ 

   ନିର୍ମଳ ପ୍ରେମ ବିଶୁଦ୍ଧେ।।


ମୋ ମନକୁ କର ଗୋପ ବୃନ୍ଦାବନ 

    ସକାଳ ସଜ ସୁମନ

ତୁମରି ଛୁଆଁ ର ଶୀତଳ ସ୍ପର୍ଶରେ

     ବାସୁ ଚନ୍ଦନ ଚନ୍ଦନ ।।


ତୁମରି ଆଶିଷ ଢାଳି ଦେଇ ମାଆ 

   ଆଲୋକ ପଥ ଦେଖାଇ

ଆସକ୍ତି ରୁ ମୁକ୍ତ କରି ଦିଅ ମୋତେ

   ଅଦୃଶ୍ୟ ବିନ୍ଧାଣି ହୋଇ।।


ସ୍ନିଗ୍ଧ ପରିବେଶେ ସରଳ ବିଶ୍ବାସେ 

   ଭରସା ଦୀପ ଜଳେଇ 

ଭାବ ସମର୍ପଣେ କରୁଛି ଦୟିନୀ 

   ଆତ୍ମଲୀନ ହୋଇ ଯାଇ।।


ମଧୁମୟୀ ମାଆ ଆନନ୍ଦମୟୀ ଗୋ 

   ନାହିଁ ତୋର ପଟାନ୍ତର 

ମମତା ରେ ଭିଜା ତୋ ପଣତ ଛାଇ

  ସଦା ଥାଉ ସାଥେ ମୋର।।

   ଦିବ୍ୟ ଜନନୀ ମା'ମୋର.........


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational