STORYMIRROR

Chinmayee Sahoo

Abstract Classics

2  

Chinmayee Sahoo

Abstract Classics

ଦିଅ ତୁମ ଦର୍ଶନ

ଦିଅ ତୁମ ଦର୍ଶନ

1 min
89


ଦୋଳେ ଦୋଳଗୋବିନ୍ଦ

 ଘଣ୍ଟ ମୃଦଙ୍ଗ ନାଦ


ଶିଙ୍ଘା ବାଦନେ ହରି 

ଗୋପ ଗୋପାଳ ପରି


ଯାଆନ୍ତି ଢଳି ଢଳି

ରାଧା ସ ବନମାଳୀ


ଗ୍ରାମେ ଗ୍ରାମେ ଶୋଭିତ

ଅଥୟ ହୁଏ ଚିତ


ମନ ଯାଏ ତ ଭାସି

ଗୋପ ପୁରେ ପ୍ରେବେଶି


ପୁଣି ନିଅନ୍ତି ଜନ୍ମ

ତୁମ ସହ ମୋହନ


ସେଇ ଯମୁନା ତୀରେ

ଗନ୍ଧ ମାର୍ଦ୍ଦନ ପରେ


ତୁମ ବଂଇଶୀ ସୁର

ଶୁଣିବାକୁ ଆତୁର


ତୁମ ଦର୍ଶନେ ହରି

ମାୟା ଯାଏ ଓହରି


କ୍ଷଣେ ଅଜ୍ଞାନ ହର

ତୁମେ କରୁଣାକର


ଲୋଡା କି ଅପୁରୁବ

ଦୋଳେ ପ୍ରଭୁ ଉଦ୍ଭବ


ଆଉ ନ ଲୋଡ଼େ ଆନ

ଦିଅ ତୁମ ଦର୍ଶନ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract