ଦି ପଦ କଥା
ଦି ପଦ କଥା
ବାଟିଏ ଚଷିଲେ ବାଟରେ ହଗିଲେ
ନାଆଁ ପଡ଼ଇ ସଂସାରେ
ଯିଏ ଯା ଆଦରେ ସେହି ଫଳ ଫଳେ
ଅନ୍ୟଥା ନୁହେଁ ଏଠାରେ
ଆମ୍ବ ଗଛେକି ଆମ୍ବଡ଼ା ଫଳେ
ବୀଜ ଗୁଣେ ଫଳେ ଫଳ ତ ବୃକ୍ଷରେ
ଦୋଷ କା' ନଥାଏ ଭଲେ।।
କିଏ ସ୍ବାର୍ଥେ ବଣା କିଏ ପ୍ରତାରଣା
କେ ପରିସ୍ଥିତିର ବଳେ
ସଉକରେ କିଏ ଅହଁ ଭାବେ କିଏ
ପୁଣି କେ ଭୋକ ବିକଳେ
ଅର୍ଥ ଲାଳସାରେ କେ ଆଦରେ
ଘଡିଏ ସୁଖକୁ କେ ଭୁଲେ ସମ୍ମାନ
ଚିର ସୁଖ ବୁଡି ମରେ।।
ଧନ ପାଶେ ବଳି ସମ୍ମାନ ପଡ଼ଇ
ଧନକୁ ଯେ ଲୋଭ କରେ
କିଏ ଦିଏ ଦାନ ଉପାର୍ଜିତ ଧନ
ଲାଗେ ସମାଜ ହିତରେ
ବ୍ୟବଧାନ ଉଠେ ଏହିଠାରେ
ଦାନି ହୁଏ ପୂଜ୍ୟ ଲୋଭି ହୁଏ ତେଜ୍ୟ
ସଦା ଜନ ମାନସରେ।।
ପୂଳା ପୂଳ ଟଙ୍କା ଆଇନ କ୍ଷମତା
କିଏ କରେ ଅପବ୍ୟୟ
ଟଙ୍କାର ବଦଳେ କ୍ଷମତାର ବଳେ
ଜନେ ସୃଷ୍ଟି କରେ ଭୟ
ନାମ କମେଇବା ତାର ଲୟ
ଅନ୍ତରରେ ଘୃଣା ତାହାର ପାଉଣା
ମୁଖେ ମିଛ ମିଛ ଜୟ।।
ନ ଥାଉ ସମ୍ପଦ ଚରିତ୍ରଟି ଶୁଦ୍ଧ
ହେଉ ଦୁଃଖୀ ରଙ୍କି ଟିଏ
ମୁହଁରେ ସମ୍ମାନ ଦିଏନି କେ ଜନ
ଅନ୍ତରେ ସମ୍ମାନ ଥାଏ
ନିଜ ଅହଁ ପଣ ଜଗି ଥାଏ
ଶୁଦ୍ଧ ନିତି ଶୁଦ୍ଧ ହୁଏନି ଅଶୁଦ୍ଧ
ପାଶ୍ଚାତେ ବହୁ ପସ୍ଥାଏ।।