STORYMIRROR

Prafulla Chandra Mishra

Classics

3  

Prafulla Chandra Mishra

Classics

ଦି ବୁନ୍ଦା ଲୁହ

ଦି ବୁନ୍ଦା ଲୁହ

1 min
261


ଲୁହ ଅବିରତ ଝରେ   ମନ କଥା ମନେ ମାରେ  ବିରହିଣୀ ଦିନ ରାତି

ବିଦେଶରେ ତାର ପ୍ରୀୟ   ମନ ନହୁଅଇ ଥୟ  କାହିଁ କେତେ ଦୂରେ ସାଥି  

ଭରା ଯଉବନ ଦାଉ ସହି ହେଉନାହିଁ ଆଉ ଛଟପଟ ହୁଏ ମନ

ଆତୁରେ ପିଆସି ପ୍ରାଣ  ହୋଇତ ଗଲାଣି କ୍ଷୁର୍ଣ୍ଣ କାହିଁ ଅଛ ଜୀବଧନ 


ଆଖିରୁ ଝରଇ ଲୁହ ଶାଶୁଘରେ ଗଲେ ଝିଅ ବାପଘର ଛାଡି ଯାଏ

ପିଲାଦିନ କେତେ ସ୍ମୃତି ବାପା,ମା,ସାଙ୍ଗ,ସାଥି  ମନେ ଉଙ୍କି ମାରୁଥାଏ  

ଝିଅ ବିଦାୟ ମୁହୁର୍ତ୍ତ  କାନ୍ଦି ଉଠୁଥାଏ ହୃଦ ଶକୁନ୍ତଳା ବିଦାବେଳେ

ତପସ୍ୱୀ ଯେ କଣ୍ଵ ମୁନି  ବାତ୍ସଲ୍ୟ ମମତା ଘେନି ଲୁହ ମୁଞ୍ଚି ନପାରିଲେ 


ଶାଶୁଘରେ ଅବିରତ ବାପଘର ସ୍ମୃତି ସୁଖ  ଉଙ୍କି ଉଲୁସେ ତା ଦେହ

କେବେ “ଦି ବୁନ୍ଦା ଲୁହ”-  ଝରିପଡି ଉଠେ କୋହ ଖୋଜେ ମା କୋଳ‌ସ୍ନେହ 

ଜୀବନ ଜଞ୍ଜାଳ ରେ  ସୁଖ ଦୁଃଖ ର ସଂସାରେ ଗଢେ ସୁଖର ସଂସାର

ସୁଖରେ ଅବା, ଦୁଃଖରେ ବେଳେ ବେଳେ ଝରିପଡେ ଦି ବୁନ୍ଦା ଲୁହଧାର 


ଆନନ୍ଦେ ଆନନ୍ଦ ଅଶ୍ରୁ  ଝରିପଡିଥାଏ ନେତ୍ରୁ  ମୁଗ୍ଧ,ମନୋରମ ଚିତ୍ର

ଅନୁଭବ କରିଥାଏ  ଦୁଇ ବୁନ୍ଦା ଲୁହ ଝରେ  ଦେହ ହୁଏ ରୋମାଞ୍ଚିତ  

ଆନନ୍ଦରେ ଉଦ୍-ବେଳିତ ଚିତ୍ତ ହୁଅଇ ପ୍ରଲୁବ୍ଧ  ମନର ସୁକ୍ଷ୍ମ ତନ୍ତ୍ରୀରେ

ଉଲ୍ଲାସିତ ଉଲ୍ଲାସରେ କେବେ ବେଳ ଅବେଳରେ  ଆନନ୍ଦ ର ଲୁହଝରେ 


ଭାବରେ ମନ ସମୁଦ୍ରେ  ଉତ୍ତାଳ ଲହରୀ ଉଠେ କୂଳଲଂଘି ଶିକ୍ତ କରେ

ଭାବ ଅଶ୍ରୁ ଅଜାଣତେ   ବିଶ୍ଵ ପିତା ପଦପ୍ରାନ୍ତେ ଭାବଭୋଳେ ଝରିପଡେ

ଦେଖିଦେଲେ ଚକାଆଖି  ମହାର୍ଦ ଦେଲେରେ ଚାଖି ଜୀବନର ଭୋକ ଶୋଷ

ଭୁଲି ଭୋଳେ ଦି ବୁନ୍ଦା  ଆଖି କରିଦିଏ ଓଦା  ମନୁ ହରେ ‌ଅବଶୋଷ


ଦିଇ ବୁନ୍ଦା ଲୁହ ନୁହେଁ  ନିତି ନିତି ଝରୁଥାଏ  ଲୁହ କୁ କରିଛି ସାଥି

ହଜିଗଲା ଯେଉଁ ଦିନୁ   ମଧୂ ସୈ।ରଭ ପ୍ରସୂନୁ  ଲୁହଝରେ ଅର୍ହନିଶି

ଲହୁ ହୁଏ ଲୁହଧାର  କାତରେ ପ୍ରାଣ ଅଧୀର  ତହୁବଳି ଦୁଃଖ ନାହିଁ

ଏତତ୍ କର୍ମେ ଲୁହ ସାଥି   ଜୀବନ ରଥ ସାରଥି  ଲୁହ‌ ସୁଖ, ଦୁଃଖ ପାଇଁ



Rate this content
Log in

Similar oriya poem from Classics