Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Chittaranjan Nanda

Abstract Action Classics

4  

Chittaranjan Nanda

Abstract Action Classics

ଧୂର୍ତ୍ତର ଦୃଷ୍ଟି ପାପ ଗଣ୍ଠିଲିରେ

ଧୂର୍ତ୍ତର ଦୃଷ୍ଟି ପାପ ଗଣ୍ଠିଲିରେ

1 min
406


ମହତ୍ ଜନ କରେ ମହତ ଭାବନା, ଦ୍ୱେଷ, ଈର୍ଷା, 

ଅବିଶ୍ବାସ ମନରେ ନଥାଏ

ଧୂର୍ତ୍ତ ଯିଏ ତାର ଦୃଷ୍ଟି ସଦା ସର୍ବଦା ପାପ ଗଣ୍ଠିଲିରେ,

ସତ୍ୟ ଧର୍ମକୁ ଦୃଷ୍ଟି ରଖେନି ସିଏ ।


ତ୍ୟାଗ ବଳିଦାନ ଯେଉଁ ମାନବ ଜୀବନର ଧରମ,

ଜାଗେ ତାଠାରେ ପ୍ରେମର ସ୍ବରୂପ

ଲୋଭ ମୋହ କାମ କ୍ରୋଧ ହିଂସା ଆଚାର ଯାର, 

ସେ କାହୁଁ ପ୍ରକାଶିବ ନୈସର୍ଗିକ ସରଳ ରୂପ ।


ମଣିଷକୁ ସେ ଅମଣିଷ, କାହୁଁ ବାନ୍ଧିବ ବିନା ଜାତି 

ଧର୍ମ ବିଭେଦ ନଥାଇ ଶାଶ୍ୱତ ପ୍ରେମରେ

ତାହାର ତ ଖଳ ବୁଦ୍ଧି, ବିଭେଦ ବିବାଦ ସୃଷ୍ଟି କରିବା 

ପାଇଁ ମନ ମଙ୍ଗ ମୋଡିଥାଏ ସବୁଠାରେ ।


ଯାହାର ଆତ୍ମୀୟତା, ସେବା, ସ୍ନେହ ଭାବନାର 

ଚିନ୍ତାଧାରା ମନ ମଧ୍ୟରେ ନଥିବ

ସେ ଉଚିତ-ଅନୁଚିତ, ପାପ-ପୁଣ୍ୟ, ନୀତି-ଅନୀତି 

ମଧ୍ୟରେ ପ୍ରଭେଦ କି ଦେଖି ପାରିବ ।


ପ୍ରକୃତି ଦତ୍ତ ନୀତି ମାର୍ଗ ଛାଡ଼ି ଯେତେବେଳେ 

ମନୁଷ୍ୟ ଅନୀତିରେ ଚାଲିଥାଏ

ଶାନ୍ତି ବ୍ୟାହାତ ହୋଇ ନିଶ୍ଚିତ ବିରୋଧ, ଦ୍ବେଷ,

ସଂଘର୍ଷ ଉତ୍ପନ୍ନ ହୋଇ ଥାଏ ।


ମତାନ୍ଧ ଧର୍ମାନ୍ଧର ଜୀବନେ ମଣିଷତ୍ୱ ସଦା ବନ୍ଦ 

ବୋତଲର ସୁଗନ୍ଧ ଅତର ପରି

ଶାଶ୍ୱତ ପ୍ରେମ ଥିବା ମଣିଷର ବ୍ୟକ୍ତିତ୍ୱ ମୁକ୍ତ ମଳୟ 

ସୁବାସ, ତୃଷାକୁ ପାରଇ ମାରି ।


ଦରଦୀ ହୃଦୟ ଯାର ସେ ସିନା ଅନୁଭବ କରି

ପାରେ ଭୋକୀର ଭୋକ କଥା

କ୍ଷମତା ଗର୍ବ ଅହଙ୍କାର ମତ୍ତ ମଣିଷ, ଯାଏ ଭୁଲି

ମଣିଷ ପଣିଆ, ଭାବିବକି ଶ୍ରମିକର ବ୍ୟଥା ।

 

ପ୍ରକୃତି ସମସ୍ତଂକ ପାଇଁ ଆବଶ୍ୟକତାର ସମସ୍ତ

ସାମଗ୍ରୀ ଯୋଗାଇ ରଖିଛି

ଉପଭୋଗର ତୃଷ୍ଣାରେ ଅଳ୍ପ କେତେକ ଲୋଭୀ

ଲୋକ ତାକୁ ମାଡି ବସିଛନ୍ତି ।


ଧରାରେ ତେଣୁ ଅଧିକାଂଶ ଜନତା ହୋଇଛନ୍ତି 

ଦରିଦ୍ର ନିଷ୍ପେଷିତ ଓ ଅଭାବଗ୍ରସ୍ତ

ଏ ତତ୍ତ୍ୟକୁ କହେ ତ କମ୍ୟୁନିଷ୍ଟ, ତେଣୁ ପୁଂଜିର

ପୂଜକ ଗାଳି ଦେବାରେ ବ୍ୟସ୍ତ ।


Rate this content
Log in

Similar oriya poem from Abstract