STORYMIRROR

BULU BEHERA

Inspirational

3  

BULU BEHERA

Inspirational

ଧୂପ କାଠି

ଧୂପ କାଠି

1 min
230

ମୃତ୍ୟୁ ମୋର ସଖା

ନିଆଁ ମୋର ପତ୍ନୀ

ଆଉ ସୁବାସିତ ଧୂଆଁ 

ମୋର ସନ୍ତାନ ଅଟେ l

ସବୁବେଳେ ମୁହିଁ

ମୃତ୍ୟୁ  ସହିତ  

ସଂଗ୍ରାମ କରୁଥାଏ l

ଠାକୁରଙ୍କ ସମୀପରେ

ନିଜ ଶରୀରକୁ ଜାଳି

ପାଉଁଶ ହେବାକୁ ମୁଁ

ବର ମାଗୁଥାଏ l

ସାମାନ୍ୟ ଅଗ୍ନି ସଂଯୋଗରରେ

ମୋ ଦେହ ହଠାତ ଜଳି ଉଠେ

ଆଉ ପବିତ୍ର ସୁବାସିତ ଧୁଆଁରେ 

ଚତୁଃର୍ଦିଗକୂ ମହକାଇ ଦିଏ l

ଭଗବାନଙ୍କ ନିକଟରେ ଜଳିପଡି

ସମ୍ପୂର୍ଣ ରୂପେ ସମର୍ପଣ କରୁଥିବରୁ

ନିଜକୁ ଧନ୍ୟ ମନେକରେ

ତାଙ୍କରି ପାଖରେ ତାଙ୍କ ସେବାରେ

ମୋ ଜୀବନ ଦେବାରେ

ମିଳିଥାଏ କୋଟି ପୂଣ୍ୟ ଆଉ ଶାନ୍ତି

ମୋ ଜୀବନ ପରି ମୋ ସ୍ରଷ୍ଟାଙ୍କ ଜୀବନେ

ଭରିଦିଅ ଆଉ ମୋ ପରି କରିଦିଅ

ତାଙ୍କୁ  ସୁବାସିତ ଧୂପକାଠି

ଏତିକି ମୋର ଶେଷ ନିବେଦନ 

ଘେନ ପ୍ରଭୁ ମୋ ମିନତି l

 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational