STORYMIRROR

Ajit Kumar Raut

Action

4  

Ajit Kumar Raut

Action

ଧର୍ଯ୍ୟ ଧରିବାକୁ ହେବ

ଧର୍ଯ୍ୟ ଧରିବାକୁ ହେବ

1 min
235


ଆସୁ ଯେତେ ଏଠି ଝଡ଼ଝଞ୍ଜା ସବୁ

ଧର୍ଯ୍ୟ ଧରିବାକୁ ହେବ,

ଧର୍ଯ୍ୟ ପ୍ରତିମୂର୍ତ୍ତି ହୋଇଣ ପଥରେ

ଜନ କଲ୍ୟାଣ କରିବ।୧।


ଅଦୃଶ୍ୟ ରୋଗର ନାହିଁ ହିଁ ଅସ୍ତିତ୍ଵ

ଦୂର ହେବ କାର୍ଯ୍ୟ ବଳେ,

ଜଗି ବସି ଥିବ ନିବାରଣେ ତାର

ଘୁଞ୍ଚି ଯିବ ସବୁ ବଳେ।୨।


ଯାହା ଉପଯୋଗୀ ଗ୍ରହଣ କରିବା

କର୍ମପଥେ ରହୁ ମନ,

ନିଃସ୍ବାର୍ଥର ଭାବେ ଜନତାଙ୍କ ସେବା

ଶ୍ରେଷ୍ଠ ନିତ୍ୟେ ଭାବୁ ମନ।୩।


ନର ଜନ୍ମ ତହିଁ ସଫଳ ହୋଇବ

ପ୍ରେମ ଭକ୍ତି ଶ୍ରଦ୍ଧା ବୋଳି,

ସତ୍ୟ ତ୍ୟାଗ ଧର୍ମ ମନ୍ତ୍ର ରହୁ ଥିବ

ଏକତ୍ରିତ ମନ୍ତ୍ର ବୋଳି।୪।


ସଂଗଠିତ ମନ୍ତ୍ର ବିଜୟୀ ହିଁ ଦେବ

ସବୁ କାର୍ଯ୍ୟ ହେବ ସିଦ୍ଧି

ଅସମ୍ଭବ କାର୍ଯ୍ୟ ସମ୍ଭବ କରିବ

ସବୁ ହେଉ ଥିବ ସିଦ୍ଧି।୫।


ଆସୁ ଯେତେ ଏଠି ଝଡ଼ଝଞ୍ଜା ସବୁ

ଧର୍ଯ୍ୟ ଧରିବାକୁ ହେବ,

ଧର୍ଯ୍ୟପ୍ରତିମୂର୍ତ୍ତି ହୋଇଣ ପଥରେ

ଜନ କଲ୍ୟାଣ କରିବ।୬।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action