STORYMIRROR

Kabiratna Nutan Kumar Behera

Action Inspirational

4  

Kabiratna Nutan Kumar Behera

Action Inspirational

ଧର୍ମ କର୍ମ

ଧର୍ମ କର୍ମ

1 min
326


ହୃଦୟରେ ସତ୍ ଚିନ୍ତା ପରମଙ୍କ ପ୍ରତି ଆସ୍ଥା

ଧାରଣା କରି ରହିବା ହିଁ " ଧର୍ମ "

ମନରୁ ଦୂରେଇ ଦେଇ ଅବାଞ୍ଛିତ ସବୁ

ସତ୍ୟାଶ୍ରୟୀ ହୋଇ ସୁନ୍ଦର ଜୀବନ ଯାପନ

କରିବାର ଆସ୍ତିକ ଉଦ୍ୟମ ହେଉଛି " କର୍ମ "

ଏ ମହୀ ମଣ୍ଡଳେ ମାନବ ଜନମି

ଜୀବନ ତମାମ ପାଳି ଧର୍ମ କରୁଥାଏ କର୍ମ

ଏତତ୍ ଭିନ୍ନ ନାହିଁ ଆଉ କିଛି ମହାନ

ସଂସାରର ଏ ଦୁଇ ଶ୍ରେଷ୍ଠ ସୁଗମ ମାର୍ଗ

ସୃଷ୍ଟିରେ ସ୍ଥିତିକୁ ସୁରକ୍ଷିତ କରିବାର ବିଧାନ

ଆଦର୍ଶ ଅନୁଚିନ୍ତା କରି ମନ ପ୍ରାଣକୁ

ନିର୍ବିକାରେ ରଖିବା ସ୍ବଚ୍ଛ ନିର୍ମଳ ପବିତ୍ର

ଭକ୍ତି ଭାବରେ ଶୁଦ୍ଧ ଚିନ୍ତନର ପ୍ରାର୍ଥନା

ନିଃସ୍ବାର୍ଥପର ନିରପେକ୍ଷ ସ୍ଵଭାବ ହିଁ ଚରିତ୍ର

ସମୂହ କଲ୍ୟାଣେ ବଞ୍ଚି ବଞ୍ଚାଇବା

ଜୀବନର କର୍ମ ସମ୍ପାଦନା ଅଟେ ଧର୍ମ 

ସେ ଧର୍ମର ଅନୁଗତ ହୋଇ ମାନବ

ମଙ୍ଗଳ ସାଧନରେ ବ୍ରତୀ ରହିବା ଅଟେ କର୍ମ

କର୍ମ ଧର୍ମ ଓତଃପ୍ରୋତଃ ଭାବରେ ଜଡି଼ତ

ଏକ ସାଥେ ଅନ୍ୟଟିଏ ହୁଏ ପ୍ରଭାବିତ

କର୍ମ ହିଁ ଧର୍ମ ସତ୍ୟ ସନାତନ ଭଗବାନ

ଧର୍ମର ମାଧ୍ୟମେ ଚାଲିଥାଏ କର୍ମମାନ 

ଏ ଦୁଇର ବାସ୍ତବ ଚିରନ୍ତନ କ୍ରିୟା ପ୍ରକ୍ରିୟା

ଶିକ୍ଷା ଦୀକ୍ଷା ସଂସ୍କୃତି ଅଟଇ ସଂସ୍କାର

ସଂକ୍ଷମତାର ସହିତେ କରି ପାଳନ

ଆତ୍ମଜ୍ଞାନେ ମାନବ ଗଢେ଼ ନିଜର ସଂସାର

ନୀତି ଆଦର୍ଶରୁ ଓହରି ଆସି ଯିଏ

ଏକାନ୍ତ ଭାବରେ କରେ ପ୍ରାଣୀର ଅନିଷ୍ଟ

ପରିମାଣକୁ ଭାବେ ପ୍ରାଣର ଅସ୍ତିତ୍ବ

ପରିଣାମେ ଗୁଣାତ୍ମକ ଲକ୍ଷ୍ୟ ହୁଏ ଦିଗଭ୍ରଷ୍ଟ

ପାଏ ନାହିଁ କିଛି ପୂଣ୍ୟଫଳ ହୁଏ ଅବକ୍ଷୟ

ପାପାର ପ୍ରାୟଶ୍ଚିତରେ ଭୋଗେ କଷ୍ଟ

ଜୀବନ ଲାଗେ ଦୁର୍ବିସହ ଯନ୍ତ୍ରଣାଦାୟକ

ମାନସିକ ସ୍ଥିତି ଯାଏ ବିଗିଡି ହୁଏ ବିଭ୍ରାନ୍ତ

ଧନ ଜୀବନ ମଣି ତୁଚ୍ଛ ହୁଏ ପଳାତକ

ନାହିଁ ଜୀବନର ମୂଲ୍ୟ ଧର୍ମ କର୍ମ ବ୍ୟତିରେକ

ମାନବ ରହେ ଜୀବନହୀନ ଜଡ଼ ପ୍ରାୟେକ।

   


Rate this content
Log in

Similar oriya poem from Action