STORYMIRROR

Bijoy Jena

Action Classics Inspirational

3  

Bijoy Jena

Action Classics Inspirational

ଧର୍ମ ଧାରା

ଧର୍ମ ଧାରା

1 min
138


ପୁଣ୍ୟ କଲେ ପୁଣ୍ୟ  ଫଳ ମିଳିଥାଏ

     ପାପେ ନରକ ଯନ୍ତ୍ରଣା

ତଥାପି ମଣିଷ     କୁକର୍ମ କରଇ

     କିଛି ଜଣା ତ ଅଜଣା।


ଶ୍ରେଷ୍ଠ କର୍ମ ଫଳ    ସୁନ୍ଦର ନିର୍ମଳ

     ପ୍ରାଣୀ ସଦା ଭୋଗିଥାଏ

ରାଜସ କର୍ମର    ଫଳ ଦୁଃଖ ଦିଏ

    ତାମସେ ଅଜ୍ଞାନ ହୁଏ।


ସଂସାରରେ ଯିଏ   ଜନମ ହୁଅଇ

    ମରଣ ତା ଅଛି ସତ

ଭଲ କାମ କରି  ମରେ ଯେ ମହୀରେ

   ଅମରହୁଅଇ ସେ ତ।


ଭଲରେ ଅଛନ୍ତି   ପ୍ରଭୁ ଚକାଡୋଳା

     ମନ୍ଦରେ ବି ରହିଛନ୍ତି

ବିବେକ ବଳରେ  ଯିଏ ଜିତି ପାରେ

    କିରତୀ ଯେ ରଚିଥାନ୍ତି।


ଇଶ୍ଵରଙ୍କୁ କେବେ  ଦୋଷ ଦେବା ନାହିଁ

  ଦୋଷ ଦେଖ ନିଜଠାରେ

ମନର ଆୟତ୍ତ   ବିବେକର ମତ

   ରଖିବା ଯେ ଜୀବନରେ।


ହୃଦୟ ମନ୍ଦିରେ  ଆସିବେ କାଳିଆ

   ପଥକୁ କଢାଇ ନେବେ

ଧନୀ ଗରୀବର  ଫରକ ପଡେନା

    ମରଣେ ବି ଶାନ୍ତି ଦେବେ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action