ଧରିତ୍ରୀ ମା
ଧରିତ୍ରୀ ମା
ତୃତୀୟ ନୟନ ଯେବେ ମା'ର ଖୋଲିବ
ତାଣ୍ଡବଲୀଳା ଯେ ତାର ଦୁନିଆଁ ଦେଖିବ,
ସହିସହି ନିର୍ଯ୍ୟାତନା ହେଲାଣି ଅଧର୍ଯ୍ୟl
ମୁଖ ତା ମଳିନଦିଶେ ନାହିଁପରିଚର୍ଯ୍ୟl l
ସଂସାରେ ଘୋର ଅନ୍ୟାୟ କାଳିମା ଘୋଟିଛି
ସାରା ଦୁନିଆଁ ଆଜି ବଦଳି ଯାଇଛି,
କଂସ ରୂପୀ ମଣିଷଟା ଦାନଵ ସାଜିଛି
ପ୍ରକୃତିରାଣୀକୁ ସେ ବଦ୍ଧ କରିଅଛି l
ନିଜର କୁଠାର ନିଜ ପାଦରେ ମାରୁଛି
ଦୁନିଆଁ ର ବିପଦକୁ ପାଖକୁ ଡାକୁଛି,
ସୃଷ୍ଟି ଧ୍ବଂସକରି ସେତ କରେ ନାରଖାର
ଚେତୁ ନାହିଁ ଭୋଗି କଷ୍ଟ ପୁଣି ବାରମ୍ବାର l
ହାତଗଢା ସଂସାରକୁ କରୁଛି ଯେ ନଷ୍ଟ
ମନେଟିକେ ତାର ତିଳେନାହିଁ କଷ୍ଟ,
ହୃତ ପରମ୍ପରା ସେ ଭୁଲିତ ଯାଇଛି
ବିଦେଶୀ ସଭ୍ୟତାକୁ ସେ ଆପଣେଇଛି l
ଯେତେ ବିଜ୍ଞାନୀ ହେଲେ ସେ କାହିଂ କିସ ହେବ
ଆଗକୁ ଦୁଇପାଦ ଯାଇ ପୁଣି ସେ ପଛକୁ ଫେରିବ,
ନିଜ କଲା କର୍ମ ଫଳନିଜେ ସେ ଭୁଞ୍ଜିବ
ନିଜ ଭାଗ୍ୟ ପୁଣି ନିଜ ହାତରେ ଲେଖିବ l
ବେଳ ଥାଉ ଥାଉ ହୋଇଯାଉ ସାବଧାନ
ଆତ୍ମା ସାଥେ ପରମାତ୍ମାର ଯେପରି ମିଳନ,
ପ୍ରକୃତିରାଣୀକୁ ଦେଉ ସବୁଜେ ହସେଇ
ନିଜେ ହସି ଦୁନିଆଁକୁ ଦେତୁ ହସାଇ l
ଏ ସୃଷ୍ଟି ରକ୍ଷାକଲେ ମଣିଷ ସମାଜ
ପିଢ଼ି ପରେ ପିଢ଼ି ହେବ ଏକଥା ମନେ ହେଜ,
ଖେଳ, କୌତୁକ ମଜ୍ଜା ପୁଣି ଲାଗିଥିବ
ସୁନ୍ଦର ଧରାତ ପୁଣି ନିତି ହସୁଥିବ l
ତେବେ ଯାଇ ମା'ର ମମତା ମିଳିବ
ତା ପଣତକାନିରେ ସେ ଧୂଳି ଝାଡୁଥିବ,
ସନ୍ତାନର ଦୁଃଖରେ ସେ ଲୁହଢାଳୁଥିବ
ସନ୍ତାନକୁ କୋଳଧରି ଉଶ୍ୱାସ ଲଭିବ ।