STORYMIRROR

Sandhya Rani Panigrahy

Tragedy

3  

Sandhya Rani Panigrahy

Tragedy

ଧୋକାବାଜି ପ୍ରେମ

ଧୋକାବାଜି ପ୍ରେମ

1 min
26.7K


ପ୍ରେମରେ ଧୋକାଦାରୀ ବଡ ମିଠା

ବଡ ସହଜ ଅଭିଯୋଗ ବଡ ଶଠ

ଧୋକା ଦେବା ଆଉ ନେବା ପରେ

ନ ରହେ ବିଶ୍ବାସର କିଛି ମୂଲ୍ଯରେ

ମିଛ ଖେଳା ବଣିଜ ମେଳା ଏ ସବୁ

ଅନ୍ୟକୁ ମିଛ ଆପଣା ସତ କଥା ଖୂବ୍

ନିରନ୍ତର ଏ ହୃଦୟର ସ୍ପନ୍ଦନ ସିଞ୍ଚି ଏ ଜୀବନ

ଅପରାହ୍ନ ବଡ ଧୂଆଁ ଧୂଆଁ ଭରା ଆଖିରେ ସପନ

ରାସ୍ତା ସାରା ଏ ସମ୍ପର୍କର ସାଥୀ ନିଜର ନୁହେଁ

ବସନ୍ତର ଆଳାପ କଣ ସବୁ ମାସରେ ଛଲନା ନୁହେଁ

ପୃଥିବୀଟା ମାଡ଼ି ବସିଛି କୁଢ କୁଢ ଅଳିଆ ଅନାବନା

ଏ ମୋ ଜହ୍ନତାରା ସାରା ଆକାଶରେ ଭାବନା

ଏବେ ବି କୂହେଲିକା ମନରେ ଚାଦର ଘୋଡେଇ

ମିଛ ଅଭିନୟରେ ନିଜକୁ ବଳି ବାରମ୍ବାର ପକେଇ

ସୃତିର ସୁଲଭ ସ୍ମିତହାସ୍ୟ ଏତେ କୂଟିଳ ଥିଲା

ପୀରତି ଭରା ଆଖିରେ ପୀୟୁଷ ପୁଣି ବିଷ ଭରିଲା

ଭଲପାଏ ବୋଲି ଧୋକା ଖାଏ ମନ ଅଗଣାର ହୃଦୟ

ଚୋଟ ଖାଏ ଅବିଶ୍ଵାସର ଆବିଳତାର ମନଟା ପ୍ରେମମୟ

ହାରି ଯାଏନା ଭାରି ହୁଏ ଏ ଗଳ୍ପଟା ଅଧୀର କନ୍ଦର

ଭୂଲିବାକୁ ହୁଏ ଏ ସୋପାନ ସପନ ପରି ଜୀବନର

ଏକ ଆରମ୍ଭ ଅବଶିଷ୍ଟ ବୃତ୍ତାନ୍ତ ଅନ୍ତରଙ୍ଗ ବନ୍ଧୁତାର

କଳା ମଥାରେ ଲେପିଛି ସିନ୍ଦୂର ଫିକା ଅପବାଦର

ଅପବିତ୍ର କିଛି ନୁହେଁ ତ୍ରୁଟି ସୁଧାରିବା ସମ୍ପର୍କର ଜାଲରେ

ଅପେକ୍ଷା କରି ପ୍ରତୀକ୍ଷାର ଅବସାନ ଘଟିବ ପୁଣି

ଥରେ ଅଧେ କେବେ ବାଟ ଭୂଲି ସେ ଅତୀତର ସୃତି

କ୍ଷାନ୍ତ କରି ହାରିଲି କର କ୍ଷମା କାରଣ ମୁଁ ବିସ୍ମିତ

ତୁମେ ବି ହାରିଗଲ ଏ ବାଜିରେ ବିନା ପାର୍ଥ ସାରଥିର


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy