STORYMIRROR

Aparti Charan Sethi

Comedy

4  

Aparti Charan Sethi

Comedy

ଧନ୍ୟବାଦ ଯୋଜନା

ଧନ୍ୟବାଦ ଯୋଜନା

2 mins
270


    (ରମ୍ୟ ରଚନା)


ହେ ହ୍ଵାଟ୍‌ସଫ୍ ସାହିତ୍ୟ ସଂସଦ

   ଆପଣଙ୍କୁ କହୁଅଛି,

ଆଜିକା କବିଙ୍କ ହୃଦୟର ବ୍ୟଥା

   କେବେ ଥରେ ବୁଝିଛ କି?

ନିଶ୍ଚେ ଦେଖୁଥିବ ଆଜି ସରକାର

    ଲୋକମାନଙ୍କ ହିତରେ,

କାଳିଆ,ବଳିଆ,ପୀଠା, ହରିଶ୍ଚନ୍ଦ୍ର

   କେତେ ଯୋଜନା ସେ କଲେ।

ଯଦି ସରକାର ଲୋକଙ୍କୁ ଚାହିଁଲେ 

    ତୁମେ ବି ଆମକୁ ଚାହଁ,

"ଧନ୍ୟବାଦ"ବୋଲିକବିଙ୍କ ଉଦ୍ଦେଶ୍ୟେ

    ଯୋଜନାଟି ଖୋଲିଦିଅ‌। ସ୍ମାର୍ଟଫୋନଗୋଟେଗୋଟେଦେଇପୁଣି

    ରିଚାର୍ଯ‌ ବି କଲେ ଭଲ,

ଏ ସବୁ କରିଲେ କବିତା ଓ ଗଳ୍ପ

    ବାହାରିବ ଅନର୍ଗଳ।

ମାଗଣା କବିତା କେତେବା ଲେଖିବ

    ଆଜିକା କବି ଲେଖକ,

ପ୍ରତି କବିତାକୁ ପୋଷ୍ଟ କଲାପରେ

   ଫୋନ୍ କେତେ ଘଷୁ ଥିବ?

କବିତା ବଦଳେ କେତେ ଜଣଙ୍କର

    ଧନ୍ୟବାଦ ଆସିଅଛି,

କାମଧନ୍ଦା ଛାଡି ଆଜିକା କବିଟି

    ମୋବାଇଲ ଘାଣ୍ଟୁଅଛି।

ହଜାରେ ଗ୍ରୁପ୍‌ରେ ଯୋଡ଼ି ହୋଇ କରି

     କାହାକୁ ପଢ଼ିବା ପାଇଁ,

ସମୟ ମିଳେନା କାହା ଲେଖାଟିରେ

     ଧନ୍ୟବାଦ ଦେବା ପାଇଁ,

ମାଗି କ‌ଇଲାଣ ଯାଚି ଓଳିଗିର

     ମୂଲ୍ୟ ଏଠାରେ ଅଧିକ,

"ମୋରାଣ ମୋତେ ଭଲପାଆ ଟିକେ"

     ଟଙ୍କା ଦେଲେ ମାନପତ୍ର।

ଧନ୍ୟବାଦ ସ୍କିମ୍ କବି ମନ ସିମ୍‌

     ରିଚାର୍ଯ କରେଇ ଦିଏ,

କବିଙ୍କୁ ଅନେକ ପ୍ରେରଣା ଯୋଗାଇ

      ଆଗକୁ ବାଟ ଦେଖାଏ।

ଉପାଧି ହାଟରେ ଯଦିଓ ଅନେକ

     ସମ୍ମାନ ବିକିରି‌ ହୁଏ,

ପ୍ରକୃତ ପ୍ରତିଭା କରମ‌ ଆଦରି

     ଏଠି ପୁଣି ପଡିଥାଏ।

ମୋ ଲେଖାକୁ ପଢି ମୋତେ ଯିଏଏଠି

     ଧନ୍ୟବାଦ ଦେଉଥାଏ,

ମୁଁ ହିଁ କେବଳ ତାଙ୍କ ଲେଖା ପଢି

     ତାଙ୍କୁ ନିତି ଟେକୁଥାଏ।

ଟଙ୍କା ଦିଆ ମାନପତ୍ର ଛାଡି କିଏ

     ଫେସବୁକ ମିଡିଆରେ,

ନିଜ ଢୋଲ ନିଜେ ପିଟି ଖୁସିହୁଏ

     ନିତି ପଡୁଛି ଆଖିରେ।

କବିତା ଆସର ଘଟଣା କହିଲେ

     ସେ ଜମା ସରିବ ନାହିଁ,

କବିତା ବେଳକୁ ବକତା‌ ବାବୁଙ୍କ

     ଉପସ୍ଥିତି ରହେ ନାହିଁ।

କବିଙ୍କୁ ଅନେକ କଟକଣା ପୁଣି 

    ସମୟ ଅଭାବ କହି,

ଦୁଇ ଦୁଇ ଧାଡ଼ି ନିଜସ୍ଵ କବିତା

    ଦୟାକରି ପଢ ଭାଇ।

ବିନା ପୂର୍ବାଭାଷ‌ ବିନା ସ୍ଵର କରି 

     କବିତା ଆବୃତ୍ତି କର,

କିନ୍ତୁ ଆମ କବି ଯିଦିରେ ଅଟଳ

     ଗାଇଥାନ୍ତି କରି ସ୍ଵର।

କବିତାଆସରେ କାହା କବିତାକୁ

     କେହି ତ ଶୁଣୁ ନ ଥାନ୍ତି,

ନିଜ କବିତାକୁ ପାଠକଲା ପରେ

     ସନ୍ତର୍ପଣେ ଚାଲିଯାନ୍ତି।

ଭାରି ସ୍ଵାଭିମାନୀ ଆମ କବି ବନ୍ଧୁ

     ଦେଖୁ ଦେଖୁ ରାଗୁଥାନ୍ତି,

କବିତା ନମ୍ବର ବିଳମ୍ବିତ ହେଲେ

     ମନ ଆମ୍ବିଳା କରନ୍ତି। 

ଏଇ କ'ଣ ଆମ ସାହିତ୍ୟ ସାଧନା

     ଏଇ କ'ଣ ଆମ ତ୍ୟାଗ,

ସମାଜର ହିତ କେମିତି ସମ୍ଭବ

      କେମିତି ଭାଷା ବଞ୍ଚିବ?

କବିତା ଆସରେ ନିମନ୍ତ୍ରଣ ପାଇ‌

     କବି ଯେତେ ଖୁସିହୁଏ,

ସେଦିନ ତାହାର ବଡ଼ ପର୍ବ ବୋଲି

     ମନେ ମନେ ଭାବିନିଏ‌।

କିନ୍ତୁ ସଭାସ୍ଥଳେ ଅସହାୟ କବି

     କବିତା ପଢ଼ିବା ପାଇଁ,

ଡହଳ ବିକଳ ହେଉଥାଏ କେତେ

     ଧନ୍ୟ ହେ ବକତା‌ ଭାଇ।

ଛାଡ଼ନ୍ତୁ ହେ ଭାଇ ସେ ଅନେକ କଥା

     ଲୋଡ଼ା ଆମ ଧନ୍ୟବାଦ,

ତାଳିର ଆନନ୍ଦେ ପେଟ ପୁରେ ସିନା

     ଗାଳିରେ ଉପୁଜେ ଦ୍ଵନ୍ଦ।

ଦେଖିବାକୁ ଗଲେ କବି ଚାହେଁ ନାହିଁ 

      ସନମାନ‌ ମାନପତ୍ର,

ପାଠକ ସ୍ଵୀକୃତି ତା' ପାଇଁ ସମ୍ମାନ

      କୈବଲ୍ୟ ସମ ଅମୃତ।

ଦରକାର ନାହିଁ ମୁହଁ ଦେଖା ସ୍ତୁତି

     ଗାମୁଛା କି ଫୁଲ ତୋଡା‌,

ପାଠକ ହୃଦୟ ଛୁଇଁବା ସବୁଠୁଁ

     ବଡ଼ ସମ୍ବର୍ଦ୍ଧନା ପରା।

ଉପାଧି ପଦବୀ ପ୍ରଶଂସା ପତ୍ରରେ

     କବି ଭୋକ କିବା ମରେ,

ସେ ଏକା ଜାଣିଛି କେତୋଟି ହୃଦୟ

     ଜିଣି‌ଛି ତା' ଲେଖାଟିରେ।

ସିଏ କେଉଁ ଲେଖା ସମାଜ ହିତରେ

    ଯଦି କିଛି ବାର୍ତ୍ତା ନାହିଁ,

ନା,ସିଏକେଉଁ କବି ଦୁର୍ବୋଧ ଶବ୍ଦରେ

    ଆତ୍ମ ପ୍ରଚାର କର‌ଇ ।    

ନିନ୍ଦା ପ୍ରଶଂସା କି ଗାଳି କରତାଳି

    କବି ଯଦି ସମ କରେ,

ଏଥିରେ ସାଧନା ପୂର୍ଣ୍ଣ ହେବ ନିଶ୍ଚେ

    ପୂଜା ପାଇବ ସଂସାରେ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy