STORYMIRROR

Anam Charan Sahoo

Abstract

3  

Anam Charan Sahoo

Abstract

ଧନ୍ୟ ସେହି ଦେଶ

ଧନ୍ୟ ସେହି ଦେଶ

1 min
199


ଗାନ୍ଧୀ, ଗୋପବନ୍ଧୁ, ସୁବାଷ ବୀର ବାଜି ରାଉତ

ଶହୀଦ ଭଗତ, ଲକ୍ଷ୍ମଣ ରଖିଗଲେ ମହତ

ଭୀଷ୍ମ, ଦ୍ରୋଣ, କର୍ଣ୍ଣ, ଅର୍ଜୁନ ସମ ସୁତ ଯାହାର

ଧନ୍ୟ ସେହି ଦେଶ ବିଶ୍ୱରେ ଅଟେ ମାଆ ମୋହର।


ପୂର୍ବରେ ବଙ୍ଗୋପସାଗର ବାରୁଣୀରେ ଆରବ

ଉତ୍ତରେ ଅଚଳ ହିମାଦ୍ରି ଅଟେ ତା'ର ଗରବ

ଦକ୍ଷିଣରେ କାୟା ବିସ୍ତାରି ହିନ୍ଦୁ ମହାସାଗର

ଯେ ଦେଶ ସୁରକ୍ଷା କରନ୍ତି ହୋଇ ମହାପ୍ରାଚୀର।


ତାରା, ମନ୍ଦୋଦରୀ, ଉର୍ମିଳା ଯାଜ୍ଞସେନୀ,ଜାନକୀ

କଳ୍ପନା, ଇନ୍ଦିରା,ମାତଙ୍ଗୀ ଗାର୍ଗୀ,ଲଖମୀ ଆଦି

ନିଜ ଗରିମାରେ ଦେଶର ରଖି ଅଛନ୍ତି ଟେକ

ନାରୀ ଜାତି ପାଏ ସମ୍ମାନ ଫେଡି ନୟନ ଦେଖ।


ସେ ଦେଶ ଚରଣେ ପ୍ରଣତି ବେନି କରକୁ ଯୋଡି

ଗାଏ ମୁଁ ମଙ୍ଗଳ ଗୀତିକା ଗୀତା ପୁରାଣ ପଢ଼ି।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract