STORYMIRROR

rasmi maye pati

Inspirational

4  

rasmi maye pati

Inspirational

ଧନ୍ୟ ପ୍ରଭୁ ଜଗନ୍ନାଥ

ଧନ୍ୟ ପ୍ରଭୁ ଜଗନ୍ନାଥ

1 min
188

ମୋ ସାଙ୍ଗ ପିନ୍ଧିଚି ଦାମିକା ପାଉଁଜି

  ମୋହରି ଗୋଡ଼ରେ ଶସ୍ତା

ତାହାରି ଗୋଡ଼ରେ ଦାମିକା ଚପଲ

  ମୋହରି ପଚାଶ ଟଙ୍କା।।।

ପାଉଁଜିର ଲୋଭ ଚପଲର ମୋହ

 ତାକୁ ତ ପଚାର ଥରେ

ପାଦ ନାହିଁ ଯାର ଆଶା ବାଡି ଧରି

  ଦୁର୍ଗମ ପଥ ଯେ ଚାଲେ।।

ମୋ ପଡୋଶୀ ଘର କେଡେ ବଡ଼ କୋଠା

  ଫଟା ଟିଣ ମୋ ଘରର

ମଣ୍ଡି ସେ ହୋଇଛି କେତେ ଅଳଙ୍କାର

  ଖାଲି ହାତ ବେକ ମୋର।।।

ପର ଦୁଆରେ ଯେ ରାତିଟା ଶୋଉଚି

 ଗଛ ମୂଳେ କାଟେ ଦିନ

ତାକୁ ତ ପଚାର କୋଠା ଘର ସୁଖ

 ଅଳଙ୍କାର ମୋହ ଶୂନ୍ୟ।।।

ପର ସମ୍ପତିକୁ କେବେ ଚାହିଁବାନି 

 ଧନ୍ୟ ଦେବା ଜଗନ୍ନାଥ

ତୁମରି ଦାନରେ ବଞ୍ଚିଛି ପରା ମୁଁ

 ଏତିକି ମତେ ଯଥେଷ୍ଟ।।।

ଶ୍ଵାନ କି ମାର୍ଜାର ଜନ୍ମ ପାଇଥିଲେ

 ଠେଙ୍ଗା ପାହାର ଖାଆନ୍ତ 

ମଣିଷର ଜନ୍ମ ଦେଇଅଛ ପ୍ରଭୁ

 କୋଟି କୋଟି ଧନ୍ୟବାଦ।।

ତୁମ ମହାଦାନେ ତୁମରି ସୃଷ୍ଟିରେ

  ପାଇଛି ମାନବ ଜନ୍ମ

ଏଇ ମାତ୍ର ଦାନ ମୋ ପାଇଁ ଯଥେଷ୍ଟ

  ଆହେ ପ୍ରଭୁ ପରଂବ୍ରହ୍ମ ।।

ମୁଣ୍ଡ ଗୁଞ୍ଜିବାକୁ ଘରଟେ ପାଇଛି

  ଦି ଓଳି ଦି ମୁଠା ଖାଇ

ତୁମ ଚରଣରେ ଲୟ ରଖୁଥିଲେ

  ଆଉ କିଛି ଲୋଡା ନାହିଁ ॥



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational