Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Biren Kumar Behera

Tragedy

3  

Biren Kumar Behera

Tragedy

ଧନ୍ୟ ଧନ୍ୟ ତାଙ୍କ ଜନ୍ମ

ଧନ୍ୟ ଧନ୍ୟ ତାଙ୍କ ଜନ୍ମ

1 min
171


ବୀର ସନ୍ତାନଙ୍କୁ ତ୍ରିରଙ୍ଗା ପଣତେ,

ମା' ଯେ ଦେଇଛି ଢାଙ୍କି ।

ମା ପଣତରେ ଶେଷ ନିଦ୍ରା ଟିକେ,

ଏମିତି କେ ପାଇବକି ?

ମା ର ସମ୍ମାନ ରଖିବାକୁ ଯାଇ,

ଜୀବନକୁ କଲେ ତ୍ୟାଗ ।

ଦେଶବାସୀ ଦେଲେ ସ୍ୱତନ୍ତ୍ର ସମ୍ମାନ,

ସତରେ ଏ କେଡେ ଭାଗ୍ୟ ।।

ସ୍ୱାର୍ଥ ପାଇଁ ଏଠି ବଞ୍ଚନ୍ତି ସମସ୍ତେ ,

ଏମାନେ ତ ମା ପାଇଁ ।

ମା କୁ ଉଦ୍ଧାରି ଦେଖାଇଲେ ଛାତି,

ହସିହସି ଗଲେ ଶୋଇ ।।

ଦେଶ ସେବା ପାଇଁ ଅର୍ପିଲେ ଜୀବନ,

ଶତ୍ରୁକୁ ବିନାଶ କରି ।

ଭବିଷ୍ୟତ ପାଇଁ ରଚିଲେ ସୁନାମ,

କିଏ ହେବ ତାଙ୍କ ସରି ।।

ହେ ଭାରତବାସୀ ଏମାନଙ୍କଠାରୁ,

ଶିକ୍ଷାକର ଦେଶପ୍ରେମ ।

ଧନ୍ୟ ଧନ୍ୟ ତାଙ୍କ ପିତା ଆଉ ମାତା,

ଧନ୍ୟ ଧନ୍ୟ ତାଙ୍କ ଜନ୍ମ ।।


Rate this content
Log in