STORYMIRROR

Padmalaya Mishra

Inspirational

2  

Padmalaya Mishra

Inspirational

ଧନ ମୋର

ଧନ ମୋର

1 min
13.9K


ଧନ ମୋର

ତତେ ନେଇ ଅନେକ ସ୍ୱପ୍ନ ଦେଖିଚି ଏ ଆଖି

ଅନେକ ଆଶା ପୁଣି କଅଳିଚି

ମୋର ହୃଦୟ ଭୂଇଁରେ

ଏଇତ ଜୀବନ ଫେରିଲା ମୋ ଭିତରେ

ତତେ ପାଇ କୋଳରେ ।


ନିଦାଘ ଫଟା ମାଟିରେ

ତୁ ପହିଲି ବର୍ଷାର ଛିଟା

ସୁପ୍ତ ଆକାଂକ୍ଷା ମୁଣ୍ଡ ଟେକିଚି

ତୋ ଭିତରେ ମୁଁ

ପୁଣି ଥରେ ନିଜକୁ ପାଇବାକୁ ଚାହିଁଚି

ମୁଁ ପୁଣି ଥରେ ଜୀଇବାକୁ ଚାହୁଁଛି ।।



ପଦ୍ମାଳୟା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational