Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ajit Kumar Raut

Abstract

3  

Ajit Kumar Raut

Abstract

ଧନ କାର୍ପଣ୍ୟ ସେବା ଫଳେ

ଧନ କାର୍ପଣ୍ୟ ସେବା ଫଳେ

1 min
206



ଧନ କାର୍ପଣ୍ୟ ସେବା ଫଳେ।

କିବା ଅସାଧ୍ୟ ମହୀ ତଳେ ।।


ପ୍ରେମ ଓ ପ୍ରୀତି ଶ୍ରଦ୍ଧା ଯାର । ସାନିଧ୍ୟ କାଳିଆ ତାହାର ।।


ଧନ  ଓ  ବିନୟ  ବଚନ। 

ନିତି ତୋଷବୁ ଦୀନଜନ ।।


ପାଇବୁ  ପ୍ରଭୁଙ୍କ  ଚରଣ ।

 ଅଟନ୍ତି  ସବୁରି  କାରଣ ।।


ଅଟନ୍ତି  ପ୍ରଭୁ  ସନାତନ ।

ଅନାଦି ଅନନ୍ତ ଯେ ପୁନଃ ।। 


ଧନ କାର୍ପଣ୍ୟ ଜୀବ ପାଇଁ ।

ଖୁସି ଟି ଜଗତର ସାଇଁ ।।


ଧନର  ଦାନ  ଗରିବଙ୍କୁ ।

କାର୍ପଣ୍ୟ ବଚନ ତାହାଙ୍କୁ ।।


ଖୁସି  ହୁଅନ୍ତି  ଜଗନ୍ନାଥ । ପୂର୍ଣ୍ଣ କରନ୍ତି ମନୋରଥ ।।


ପଢ଼ିବା  ନିତି  ଭାଗବତ । 

ଜାଣିବା ତାର ଗୁଡ଼ ତତ୍ତ୍ଵ ।।


ଅଟେସେ କୃଷ୍ଣଙ୍କର ବାଣୀ ।

ପଢ଼ିବା ତାକୁ ଜ୍ଞାନ ମଣି ।।


ବୈକୁଣ୍ଠ ଦ୍ବାରା ଭାଗବତ  । 

ମନୁଷ୍ୟ କର୍ତ୍ତବ୍ୟର ପଥ ।।


କାର୍ତ୍ତିକ ସ୍ନାନ ଯେ କରିବା ‌ । 

ବୈକୁଣ୍ଠ ସ୍ବାମୀଙ୍କୁ ପୂଜିବା।। 


ଅଗତି ଗତି ଜଗନ୍ନାଥ   ।

ସ୍ନାନରେ ହୁଏ ଟି ସାର୍ଥକ।।


ଧନ ଓ କାର୍ପଣ୍ୟ ବାଣ୍ଟିବା  ।

ପ୍ରଭୁଙ୍କୁ ଚିତ୍ତେ ରଖିଥିବା।।


ହୋଇବ ସବୁ ତୋର ସିଦ୍ଧି  ।

ଜ୍ଞାନ ଓ ବିଜ୍ଞାନର ବୃଦ୍ଧି।।


ଜୀବନ ହୋଇବ ସାର୍ଥକ  । ପାଇବୁ ଅମୂଲ୍ୟ ସନ୍ତକ।।


ତୋ କର୍ମେ କାଳିଆ ସନ୍ତୁଷ୍ଟ  ।

ଘୁଞ୍ଚିବ ସବୁ ଯେ ଅନିଷ୍ଟ।।



Rate this content
Log in

Similar oriya poem from Abstract