STORYMIRROR

Tapan Kumar Biswal

Tragedy Inspirational Thriller

4  

Tapan Kumar Biswal

Tragedy Inspirational Thriller

ଧଳା ଜହର

ଧଳା ଜହର

1 min
23.4K

ଧଳା ଜହର

*********


ମୋର ଅନେକ ନାମ

ପରିଚୟ ମଧ୍ୟ ଅନେକ 

ତୁମେ ତ ଜାଣିଛ

କିନ୍ତୁ ଲକ୍ଷ୍ୟ ମୋର ଗୋଟିଏ ll


ଯିଏ ମୋତେ ଆଦର କରେ

ଯିଏ ମୋର ସବୁଠାରୁ ପ୍ରିୟ

ସେ ହିଁ ମୋର ପରମ ଶତ୍ରୁ

ତୁମେ ଜାଣି ନାହଁ କି ??


କିଏ ମୋତେ ସିଗାରେଟ କୁହେ ତ

ଆଉ କିଏ ଧଳା ଜହର

କିନ୍ତୁ ଧୂମ୍ରପାନ କହିଲେ

ସମସ୍ତେ ବୁଝିଯିବେ ll


ମୋର ନିଜର ଲୋକ

କେବେ ବି ମୋତେ ଭୁଲ ବୁଝନ୍ତି ନାହିଁ

ବରଂ ଭାଗ୍ୟ କୁ ଦୋଷ ଦେଇ

ଫାଙ୍କିଦିଅନ୍ତି ଦୁନିଆ କୁ ll


ମୁଁ ମଧ୍ୟ ପରିବେଶ ପ୍ରଦୂଷଣ

ବଢ଼ାଇବା ସହିତ

ଶରୀରର ଅପୁରଣୀୟ କ୍ଷତି

କରି ଚାଲିଥାଏ

ତଥାପି ହାତ ଛାଡ଼ନ୍ତି ନାହିଁ ମୋର ll


ମୁଁ ଦେଖେ ନାହିଁ

ଜାତି ଧର୍ମ ବର୍ଣ୍ଣ

ମୋର ଲକ୍ଷ୍ୟ ଅଟଳ ଓ ସ୍ଥିର

ସାଲିସ କରେନାହିଁ 

କେବେ କେଉଁଠି କାହାସହ ll


ମୁଁ ଟାଣିନିଏ ମୃତ୍ୟୁ ର 

ଦ୍ଵାର ଦେଶ ପର୍ଯ୍ୟନ୍ତ

ମୋର ପିୟ ଲୋକମାନଙ୍କୁ

ସେମାନଙ୍କ ଜାଣତ ହେଉ

ଅବା ଅଜାଣତରେ

ଏହା ହିଁ ମୋର ଧର୍ମ ll


ପ୍ରଥମେ ପ୍ରଥମେ ସେମାନେ

ମୋ ପାଲରେ ପଡନ୍ତି ନାହିଁ

କିନ୍ତୁ ଟିକେ ଅଭ୍ୟାସ ହେଲା ପରେ

ମୋତେ ଜମା ବି ଛାଡ଼ନ୍ତି ନାହିଁ

ଏହା ହିଁ ସେମାନଙ୍କର ମସ୍ତବଡ଼ ଭୁଲ ll


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy