STORYMIRROR

Arjuni charan Behera

Inspirational Others

4  

Arjuni charan Behera

Inspirational Others

ଧାରା ଶ୍ରାବଣ

ଧାରା ଶ୍ରାବଣ

1 min
316


ଶ୍ରବଣା ତାରକା ଉଦିତ ନଭେ

      ଶ୍ରାବଣ ଅଶନୀ ଶୁଭଇ ଦମ୍ଭେ l


ଧାରା ଶିରାବଣ ବରଷା କାଳ

      ତାଳଗଛେ ସବୁ ପାଚିଲା ତାଳ l


କଦମ୍ବ କୁସୁମେ ଶୋହୁଛି ବନ

     ବୃନ୍ଦାରଣ୍ୟେ ବିଜେ ରମାରମଣ l


ଘନ ବିଦ୍ୟୁଲତା ବରଷା ଧାରା

    ଦିନ ଲାଗେ ରାତି ନପଡ଼େ ଖରା l


ଘୋର ବରଷାରେ ପଖିଆ ଭିଡ଼ି

      ଚଷାଭାଇ ଗଲା ବିଲ ବେଉଡ଼ି l


କଳାମେଘ ଦେଖି ମୟୁର ଗଣ

        ଆରମ୍ଭି ଅଛନ୍ତି ପ୍ରେମ ନର୍ତ୍ତନ l


କେବେ ପୁଣି ନଭେ ଶକ୍ର କାର୍ମୁକ

        କବି ଭାବୁକର ଭାବ ଉଦ୍ରେକ l


ଆକାଶରେ ଲୁପ୍ତ ତାରକା ଗଣେ

 ଜ୍ୟୋତି ଦେଖାବନ୍ତି ଜ୍ୟୋତିରିଙ୍ଗଣେ l


ଶୈବ ପିଠେ ଭିଡ଼ କାଉଡ଼ି ଭାଇ

      ଜାହ୍ନବୀ ଜଳରେ ଶିବ ଗାଧୋଇ l


କୃଷକ ଘରଣୀ ଚିତୋଉ ପିଠା

      ପିଢ଼ାରେ ମାଡ଼ିଲା କୁଆ ମଣିତା l


ଭାଇଙ୍କୁ ଭଉଣୀ ବାନ୍ଧିଲେ ରାକ୍ଷୀ

      କାଳେ କାଳେ ଥିବ ମହତ ରଖି l


ଜନମ ଲଭିଲେ ଶ୍ରୀବଳଦେବ

        ଚଷାପୁଅ ପୂଜ୍ୟ ଇଷ୍ଟ ବାନ୍ଧବ l


ଝୁଲଣ ପୂର୍ଣ୍ଣିମା ରାଧା ଗୋବିନ୍ଦ

       ଝୁଲିରେ ଝୁଲିଲେ ପରମାନନ୍ଦ l


ଘନ କାଳ ଜନ ମଙ୍ଗଳ କାରୀ

       ପରଜା ପାଳନେ ବର୍ଷିଲେ ହରି l


ଶିରାବଣ ଶେଷେ ମାସ ଭୋଦୁଅ

       ଗୋପେ ଜନମିବେ ଗଉଡ଼ ପୁଅ l


ଗଜ ବଦନଙ୍କ ଦିବ୍ୟ ପୂଜନ l

        ନମଃ ନମଃ ପ୍ରଭୁ ସୃଷ୍ଟି କାରଣ l

           


Rate this content
Log in

Similar oriya poem from Inspirational