STORYMIRROR

ବି. ନିରୁପମା

Abstract

2  

ବି. ନିରୁପମା

Abstract

ଧାଇଁ ଯାଆନ୍ତି ପୁରୀ

ଧାଇଁ ଯାଆନ୍ତି ପୁରୀ

1 min
335

ମନ ଚାହୁଁଛି-ଜଗାକାଳିଆ

ଲଗାନ୍ତା ଯଦି ଡୋରି ,

ତା' ଦେଖା ପାଇଁ ବାଉଳି ହୋଇ

ଧାଇଁ ଯାଆନ୍ତି ପୁରୀ


ନିଅନ୍ତି ସାଥେ ତା' ଲାଗି କିଛି

ସୁଆଦ ଚିଜ କରି ,

ସରୁ ଚକୁଳି ,ଆରିସା ,ମଣ୍ଡା

ଏଣ୍ଡୁରି ଆଉ ଖିରି


ବୁଲି ଦେଖନ୍ତି ଶ୍ରୀକ୍ଷେତ୍ର ଧାମ

ସରାଗେ ମୁହିଁ ଅତି ,

ବଡ଼ ଦାଣ୍ଡରେ ମୁଣ୍ଡିଆ ମାରି

ଆନନ୍ଦେ ଗଡ଼ିଯା'ନ୍ତି


ଚକାଆଖିକୁ ଦେଖିକି ତା'ର

ଯୋଡ଼ି ଦିଅନ୍ତି ହାତ ,

ଆପଣାଛାଏଁ ଗାଇ ଉଠନ୍ତି

"ଜୟ ଶ୍ରୀ ଜଗନ୍ନାଥ"


ସାଥିରେ ନେଇଥିବା ଦରବ

ଦିଅନ୍ତି ମନେ କରି ,

ମହାପ୍ରସାଦ ଖାଆନ୍ତି ତା'ର

ଖୁସିରେ ମନ ଭରି


ବାକି ଯେତେକ ତିରିଥ ସେଠି

ଦେଖନ୍ତି ଗୋଟି ଗୋଟି ,

ଏତେକ ଯଦି କରନ୍ତା କୃପା

ଧନ୍ୟ ମୁଁ ହୋଇଯା'ନ୍ତି


Rate this content
Log in

Similar oriya poem from Abstract