STORYMIRROR

Prabhati Mahapatra

Tragedy

3  

Prabhati Mahapatra

Tragedy

ଧାଡ଼ିଏ ମନ କଥା

ଧାଡ଼ିଏ ମନ କଥା

1 min
208

ସମ୍ପର୍କ ହଁ, ହଁ ସମ୍ପର୍କ

କେତେ ଗଭୀର ଏଇ ବନ୍ଧନ

ସତେ କି ଏଇ ସମ୍ପର୍କ ବିନା ଜୀବନ ବୃଥା,

ସତରେ କ'ଣ କିଏ ବୁଝେ

ନିଃସ୍ୱାର୍ଥପର ଭାବେ ଚାହାଁନ୍ତି ।

ତେବେ କ୍ଷଣିକେ ଆଦରି କ୍ଷଣିକେ 

ଭୁଲିବା କ'ଣ ସମ୍ପର୍କ ?

ସମ୍ପର୍କ ଠାରୁ କ'ଣ ସ୍ଵାର୍ଥର ସ୍ଥାନ ଉଚ୍ଚ ?

କୁହ ସ୍ମୃତି, ତୁମେ ତ ମୋର ଅନ୍ତରଙ୍ଗ

କିଛି ତ କୁହ !

ମୋ ଲେଖାର ସମୃଦ୍ଧି ପାଇଁ ,

ମୋର ହୃଦୟକୁ ଛଳ ପ୍ରତାରଣାର ସମ୍ପର୍କ

ଘାତ ପରେ ଘାତ ଦେଇ ଖଣ୍ଡ ବିମଣ୍ଡିତ

କରିଦେଇଛି,

ଚାହିଁଲେ ବି ଭୁଲି ପାରୁନି ।

ତୁମେ ସବୁ ଜାଣି, କାହିଁକି ବାରମ୍ବାର ଆସ

ତୁମେ କ'ଣ ନିଷ୍ଠୁର ?

କର୍ତ୍ତବ୍ୟ କରି ଫଳକୁ ଦିନେ ଆଶା କରିନି

ସବୁ କିଛି ତ୍ୟାଗ ପରେ ବି କ'ଣ ପାଇଲି ?

ନିନ୍ଦା ଆଉ ଅପମାନ !

ଏବେ ମୁଁ ସମ୍ପୂର୍ଣ୍ଣ ମୁକ୍ତ

ନାଁ ଆଶା ନାଁ ଲାଳସା

ଏଇ ନିର୍ଜନ ନଦୀ ପଠାର ଆକର୍ଷଣ

ମୋ ଜୀବନରେ ସୁଖ ଶାନ୍ତି ଭରିଛି ।

ମୋର ପ୍ରୟୋଜନ ନାହିଁ 

କୁହୁକ ସଂସାର .......

କି ଗରଳ ହୃଦୟର କୋମଳ ପ୍ରବୋଧନ

ମୁଁ ବୁଝି ସାରିଛି

ଶୂନ୍ୟ ହାତରେ ଆସିଛି ଯିବି

ଶ୍ମଶାନ ପର୍ଯ୍ୟନ୍ତ ଦୁଇ ଚାରି ଜଣ

ତାପରେ ......

କେବଳ ମୁଁ ;

ସ୍ମୃତି, ତୁମେ ବି ନୁହଁ......



Rate this content
Log in

Similar oriya poem from Tragedy