STORYMIRROR

Sarojini Behera tiki

Inspirational Thriller

3  

Sarojini Behera tiki

Inspirational Thriller

ଦଗ୍ଧିଭୁତ ଆତ୍ମଲିପି

ଦଗ୍ଧିଭୁତ ଆତ୍ମଲିପି

1 min
441

ଚେନାଏ ହସରେ    ଅପସରି ଯାଏ

      ଦଗ୍ଧିଭୂତ ଆତ୍ମଲିପି

ଅଲେଖା ଶଦ୍ଦରେ  ସୃଷ୍ଟି ହୋଇଥାଏ

      କୋଣାରକ ଶିଳା ଲିପି ।।

ମଉନ ଭାଷାର    ବାରିହୋଇ ଯାଏ

     ଅନ୍ତର ଗୁମର କଥା

ଭାଵାନ୍ତରେ ବସି   ଭାବିବୁ କାହିଁକି

      ମନେପକାଇ ବା ବୃଥା ।।

ଅସ୍ପଷ୍ଟ ରାଗିଣୀ   ଦୁରୁ ଶୁଭୁ ଅଛି

       ଭାବାନ୍ତର ମନ୍ତ୍ର ମୁଗ୍ଧ

ଅସହାୟ ହୋଇ   ନିରଵେ ଵିଳାପେ

     ଅର୍ଜିତ ଵିପଣି ଲବ୍ଧ ।।

ପ୍ରତିବଦ୍ଧତାର    ଶାଣିତ ଖଡ୍ଗରେ

     ଆତ୍ମବଳି ଉତ୍ସର୍ଗର

ଆତ୍ମଚେତନାର   ପରିଭାଷା ସବୁ

      ଅସ୍ପଷ୍ଟ ଭାଵନାର ।।

ଉଲ୍କକାପିଣ୍ଡ ସଵୁ   ଆଶା ସରଗରୁ

      ହୃଦୟେ ଅଜାଡ଼ି ଦେଲ

ଦଗ୍ଧପ୍ରାଣ ପିଣ୍ଡ    ବିଦଗ୍ଧର ଭାଷା

     ସୁମଧୁରେ ସୃଷ୍ଟି କଲ ।।

ଭାବନାର ଢେଉ  ଦୋଳି ଖେଳୁଛନ୍ତି

     ସୁପ୍ତ ଜାଗତିକ ସ୍ମୃତି

କାଳର ପ୍ରଭାବେ   ବିସ୍ମୃତ ଗରଭେ

     ଲୀନ ହୁଏ ପ୍ରତିଶ୍ରୁତି ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational