ଦଗ୍ଧିଭୁତ ଆତ୍ମଲିପି
ଦଗ୍ଧିଭୁତ ଆତ୍ମଲିପି
ଚେନାଏ ହସରେ ଅପସରି ଯାଏ
ଦଗ୍ଧିଭୂତ ଆତ୍ମଲିପି
ଅଲେଖା ଶଦ୍ଦରେ ସୃଷ୍ଟି ହୋଇଥାଏ
କୋଣାରକ ଶିଳା ଲିପି ।।
ମଉନ ଭାଷାର ବାରିହୋଇ ଯାଏ
ଅନ୍ତର ଗୁମର କଥା
ଭାଵାନ୍ତରେ ବସି ଭାବିବୁ କାହିଁକି
ମନେପକାଇ ବା ବୃଥା ।।
ଅସ୍ପଷ୍ଟ ରାଗିଣୀ ଦୁରୁ ଶୁଭୁ ଅଛି
ଭାବାନ୍ତର ମନ୍ତ୍ର ମୁଗ୍ଧ
ଅସହାୟ ହୋଇ ନିରଵେ ଵିଳାପେ
ଅର୍ଜିତ ଵିପଣି ଲବ୍ଧ ।।
ପ୍ରତିବଦ୍ଧତାର ଶାଣିତ ଖଡ୍ଗରେ
ଆତ୍ମବଳି ଉତ୍ସର୍ଗର
ଆତ୍ମଚେତନାର ପରିଭାଷା ସବୁ
ଅସ୍ପଷ୍ଟ ଭାଵନାର ।।
ଉଲ୍କକାପିଣ୍ଡ ସଵୁ ଆଶା ସରଗରୁ
ହୃଦୟେ ଅଜାଡ଼ି ଦେଲ
ଦଗ୍ଧପ୍ରାଣ ପିଣ୍ଡ ବିଦଗ୍ଧର ଭାଷା
ସୁମଧୁରେ ସୃଷ୍ଟି କଲ ।।
ଭାବନାର ଢେଉ ଦୋଳି ଖେଳୁଛନ୍ତି
ସୁପ୍ତ ଜାଗତିକ ସ୍ମୃତି
କାଳର ପ୍ରଭାବେ ବିସ୍ମୃତ ଗରଭେ
ଲୀନ ହୁଏ ପ୍ରତିଶ୍ରୁତି ।।
