STORYMIRROR

Pramila Mohanty

Inspirational

3  

Pramila Mohanty

Inspirational

ଦଗ୍ଧ ବୈଶାଖ

ଦଗ୍ଧ ବୈଶାଖ

1 min
186


ତପନର କିରଣ ଅତ୍ୟନ୍ତ

ପ୍ରଖର ରୌଦ୍ରତାପେ

ଗ୍ରୀଷ୍ମ ବୈଶାଖ ଜ୍ୟେଷ୍ଠ

ମାସ ତପନ କିରଣେ

ଚତୁର୍ଦ୍ଦଶୀ ହୋଇଉଠେ

ଆହାକାର ପାଦପ ଲୋଡେ

ଜଳର ପରଶ ମୁନ୍ଦାଏ ।

ଜଳପାଇଁ ହୋଇ ଉଠେ

   ଆତୁର

   କାଳେ ଯିବ 

ଝାଉଁଳି ମେଘକୁ କ୍ଷୀଣ

ନୟନେ ଚାହେଁ କହିଉଠେ

ନିଜ ମନର ଆକ୍ରୋଶ

    ଦଗ୍ଧିଭୂତ ଆବେଗ

ମର୍ତ୍ତ୍ୟରେ ଜଳ ବିନା

ସକଳ ପ୍ରାଣୀକୂଳ ନୀରବ

    ନିଶ୍ଚଳ 

ପକ୍ବ ଫଳର ରସେ ମେଣ୍ଟାଏ ।

    ତୃଷ୍ଣା

ବାରିନିଏ ଆମ୍ରଫଳର

ମିଠା ମିଠା ସ୍ବାଦ

ପଶୁପକ୍ଷୀ ସାଜନ୍ତି ଚାତକ

ଛଟ ପଟ ହୁଅନ୍ତି ଦଗ୍ଧ

  ବୈଶାଖେ

ବଞ୍ଚରହନ୍ତି ମଲ୍ଲୀର ଚହଟେ

ସରୀସୃପ ଗଣ ଚାରିଆଡେ

 ହୁଅନ୍ତି ଆତଯାତ

କୃଷ୍ଣ ଚୂଡାର ରଙ୍ଗ ଭରି

ଦିଏ ମନେ ଆଲ୍ଲାଦ

ଦଗ୍ଧ ବୈଶାଖେ ବାନ୍ଧିଦିଏ

  ସମାବେଶ

ଦିଅଇ ଋତୁର ଆଭାଷ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational