STORYMIRROR

Sangita Mishra Satapathy

Comedy

3  

Sangita Mishra Satapathy

Comedy

ଦେଶ ମୋ କୁଆଡେ ଯାଉଛି

ଦେଶ ମୋ କୁଆଡେ ଯାଉଛି

1 min
182

ଦେଶ ମୋ କୁଆଡେ ଯାଉଛି

ସ୍ବାଧୀନ ହୋଇ ବି 

ପରାଧୀନତାର ବେଡି ପିନ୍ଧିଛି

ଆପଣା ସଂସ୍କୃତି ଭୁଲିଛି 

ବିଦେଶୀ ଢଙ୍ଗରେ ଚଳୁଛି

ସଭିଙ୍କ ସୁଖ ଭୁଲିଛି

ଆପଣା ସ୍ବାର୍ଥରେ ମାତିଛି

ପିତାମାତାଙ୍କୁ ଜରାଶ୍ରମେ ଛାଡୁଛି

ଯେଉଁ ଦେଶେ ନାରୀ ପୂଜା ପାଉଥିଲା

ନାରୀ ନିର୍ଯ୍ଯାତିତା, ଧର୍ଷିତା ନିତି ହେଉଛି

ଅହିଂସା ଯେଦେଶେ ମନ୍ତ୍ର ଥିଲା

ହିଂସାର ଦଙ୍ଗା ରେ ଦେଶ ଜଳୁଛି

ଶାନ୍ତି ରଦେଶେ ରକ୍ତର ହୋଲି ଚାଲିଛି

ବିକାଶ ପଥରେ ଗତିଶୀଳ ଦେଶ ମୋ

ବିକାଶ କି ବିନାଶ ପଥରେ ଧାଉଁଛି

ସେଇ କଥା ବସି ଭାଳୁଛି

ଦେଶ ମୋ କୁଆଡେ ଯାଉଛି।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy