ଦେଶ ବନ୍ଦନା ସକଳ ଧରମ ମିଳନ ପୀଠ
ଦେଶ ବନ୍ଦନା ସକଳ ଧରମ ମିଳନ ପୀଠ


ସକଳ ଧରମ ମିଳନ ପୀଠ ଏ ଭାରତ ଆମର ମାଆ,
ସେହି ମାଆ ସବୁ ଗୁଣେ ମନୋରମ ଦିଶେ ସବୁଦିନ ନୂଆ|(ଘୋଷା)
ମନ୍ଦିରରୁ ଶୁଭେ ଶଙ୍ଖ ଘଣ୍ଟ ଧ୍ୱନି ହରେ କୃଷ୍ଣ ହରେ ରାମ,
ମୂର୍ତ୍ତିକୁ ବସେଇ ଧୂପ ଦୀପ ଦେଇ ହିନ୍ଦୁ ପୂଜେ ଭଗବାନ | |
ଗୀତା ପୁରାଣରେ ଈଶ୍ଵରଙ୍କୁ ଖୋଜି ଆଶ୍ରା କରେ ଚଉବାହା |
ସକଳ ଧରମ ମିଳନ ପୀଠ ଏ ଭାରତ ଆମର ମାଆ,
ସେହି ମାଆ ସବୁ ଗୁଣେ ମନୋରମ ଦିଶେ ସବୁଦିନ ନୂଆ | (1)
ଗୀର୍ଜାରେ ଶୁଭେ ଯୀଶୁ ପ୍ରଭୁ ହେ ! ତାରଣ କରତା ତୁମେ,
ହଜେଇ ଦିଅ ହେ, ମଜେଇ ଦିଅ ହେ ତୁମରି ଅମୃତ ପ୍ରେମେ |
ବାଇବେଲ ବାଣୀ ଅମୃତ କାହାଣୀ ଚଲାପଥେ ହେଉ ସାହା |
ସକଳ ଧରମ ମିଳନ ପୀଠ ଏ ଭାରତ ଆମର ମାଆ,
ସେହି ମାଆ ସବୁ ଗୁଣେ ମନୋରମ ଦିଶେ ସବୁଦିନ ନୂଆ | (2)
ମସଜିଦ ଠାରୁ ଭାସିଆସେ ପୁଣି ଆଲ୍ଲା ହୋ- ଆକବର,
କୋରନର ବାଣୀ ଉଚ୍ଚସ୍ଵରେ ଗାଏ ମୁସଲିମ ଭାଇ ମୋର |
ସକଳ ଧରମ ମିଳନ ପୀଠ ଏ ଭାରତ ଆମର ମାଆ,
ସେହି ମାଆ ସବୁ ଗୁଣେ ମନୋରମ ଦିଶେ ସବୁଦିନ ନୂଆ | (3)