ଦେଶ ବନ୍ଦନା: ପୁଣ୍ୟ ଏ' ଭାରତ ଭୂମି
ଦେଶ ବନ୍ଦନା: ପୁଣ୍ୟ ଏ' ଭାରତ ଭୂମି


ପୁଣ୍ୟ ଏ' ଭାରତ ଭୂମି- ଧନ୍ୟ ତା' କୋଳେ ଜନମି,
ଯୁଗ ଯୁଗ ଧରି ସାଗର ଯାହାର ଚରଣକୁ ଯାଏ ଚୁମି |(ଘୋଷା)
କିଏ ବା ନଜାଣେ ତା' ମାଟି ମହିମା ବୀରଭୂମି ଏ' ଭାରତ,
ସୁଖ ସଂପଦରେ ଭରା ମୋର ଦେଶ କୋଟି କୋଟି ଧର୍ମ ତୀର୍ଥ,
ସତ୍ୟ ଶାନ୍ତି ପ୍ରୀତି ଧର୍ମ ତା'ର ନୀତି ବିଜୟିନୀ ମୋ ଜନନୀ |
ପୁଣ୍ୟ ଏ' ଭାରତ ଭୂମି- ଧନ୍ୟ ତା' କୋଳେ ଜନମି,
ଯୁଗ ଯୁଗ ଧରି ସାଗର ଯାହାର ଚରଣକୁ ଯାଏ ଚୁମି |(1)
ତା' ପାଣି ପବନ ଅମୃତ ସମାନ ସେ ମୋର ସାଧନା ପୀଠ,
ରଖିବି ତା' ମାନ ଦେଇ ମୋ ଜୀବନ ତା' ବୁକେ ଢାଳି ରକତ |
ଧନ୍ୟ ହେବି ମୁହିଁ କରି ତା'ର ସେବା ଥରକୁ ଥର ଜନମି |
ପୁଣ୍ୟ ଏ' ଭାରତ ଭୂମି- ଧନ୍ୟ ତା' କୋଳେ ଜନମି,
ଯୁଗ ଯୁଗ ଧରି ସାଗର ଯାହାର ଚରଣକୁ ଯାଏ ଚୁମି | (2)