Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

KRUTIBAS NAYAK

Inspirational Children

3  

KRUTIBAS NAYAK

Inspirational Children

ଦେଶ ବନ୍ଦନା : ଜନମ ଭୂଇଁ ମୋ ନନ୍ଦନ କାନନ -ଡକ୍ଟର କୃତ୍ତିବାସ ନାୟକ

ଦେଶ ବନ୍ଦନା : ଜନମ ଭୂଇଁ ମୋ ନନ୍ଦନ କାନନ -ଡକ୍ଟର କୃତ୍ତିବାସ ନାୟକ

1 min
349



ଜନମ ଭୂଇଁ ମୋ ନନ୍ଦନ କାନନ ଫୁଟେ ଯହିଁ ପାରିଜାତ,

ଦିବସେ ସୁରୁଯ ରଜନୀରେ ଚାନ୍ଦ କରେ ତାକୁ ଆଲୋକିତ |(ଘୋଷା)


ଅଳି ମଧୁମକ୍ଷୀ ଗୁଣୁଗୁଣୁ ହୋଇ,

କୁହୁତାନେ ପିକ ଯାଏ ଗୀତ ଗାଇ |

ନବ ମଳୟର ମରୁତ ପରଶେ ହୃଦ ହୁଏ ପୁଲକିତ |

ଜନମ ଭୂଇଁ ମୋ ନନ୍ଦନ କାନନ ଫୁଟେ ଯହିଁ ପାରିଜାତ | (1)


ମଧୁ ହୋଇ ବହେ ଗଙ୍ଗା ଗୋଦାବରୀ,

ଅମୃତର ଝର ଯାଏ ଝରିଝରି |

ସ୍ଵର୍ଗ ସିଂହାସନ ଉଚ୍ଚ ହିମାଳୟ ହରିନିଏ କୋଟି ଚିତ୍ତ |

ଜନମ ଭୂଇଁ ମୋ ନନ୍ଦନ କାନନ ଫୁଟେ ଯହିଁ ପାରିଜାତ |(2)







Rate this content
Log in

Similar oriya poem from Inspirational