Ignite the reading passion in kids this summer & "Make Reading Cool Again". Use CHILDREN40 to get exciting discounts on children's books.
Ignite the reading passion in kids this summer & "Make Reading Cool Again". Use CHILDREN40 to get exciting discounts on children's books.

KRUTIBAS NAYAK

Inspirational Others Children

2  

KRUTIBAS NAYAK

Inspirational Others Children

ଦେଶ ବନ୍ଦନା: ଭାରତ ମାତାର ସେବାପାଇଁ ମୁହିଁ

ଦେଶ ବନ୍ଦନା: ଭାରତ ମାତାର ସେବାପାଇଁ ମୁହିଁ

1 min
129



ଭାରତ ମାତାର ସେବାପାଇଁ ମୁହିଁ ଫୁଲଟିଏ ହୋଇ ଫୁଟିବି,

ଗଳାରେ ତାହାର ଜାଗା ନ ପାଇଲେ ଚରଣେ ତା' ଲୋଟି ରହିବି ।(ଘୋଷା)


ଧୂପଟିଏ ଯଦି ହୁଏ ମୁଁ ଜୀବନେ ଜଳିଜଳି ଦେବି ମହକ ,

ସଳିତାଟି ହେଲେ ତା' ମୁଖ ଉଜ୍ଜ୍ୱଳ କରିବି ଜଳାଇ ଆଲୋକ ।

ଜନନୀର ହୃଦ ଶୀତଳତା ପାଇଁ ଚନ୍ଦନ ଗଛଟି ହୋଇବି ।

ଭାରତ ମାତାର ସେବାପାଇଁ ମୁହିଁ ଫୁଲଟିଏ ହୋଇ ଫୁଟିବି,

ଗଳାରେ ତାହାର ଜାଗା ନ ପାଇଲେ ଚରଣେ ତା' ଲୋଟି ରହିବି ।(1)


ରଖିବାକୁ ମାନ ଜନନୀ ସମ୍ମାନ ଲୋଡ଼ାହୁଏ ଯଦି ରକତ,

ନଥିବ ଖାତିରି ହେବି ଆଗଭର ସାଜିବି ମାଆର ଭକତ ।

ସେ ଜନନୀ ମୋର ମୁଁ ସନ୍ତାନ ତା'ର ସୁଖ ନେଇ ଦେଶେ ବାଣ୍ଟିବି ।

ଭାରତ ମାତାର ସେବାପାଇଁ ମୁହିଁ ଫୁଲଟିଏ ହୋଇ ଫୁଟିବି,

ଗଳାରେ ତାହାର ଜାଗା ନ ପାଇଲେ ଚରଣେ ତା' ଲୋଟି ରହିବି ।(2)




Rate this content
Log in

More oriya poem from KRUTIBAS NAYAK

Similar oriya poem from Inspirational