Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

KRUTIBAS NAYAK

Inspirational Others Children

3.5  

KRUTIBAS NAYAK

Inspirational Others Children

ଦେଶ ବନ୍ଦନା: ଆମେ ଭାରତୀୟ

ଦେଶ ବନ୍ଦନା: ଆମେ ଭାରତୀୟ

1 min
289



ସତ୍ୟ ଶାନ୍ତି ପ୍ରିୟ ଆମେ ଭାରତୀୟ- ଅହିଂସା ଆମର ନୀତି,

ମୈତ୍ରୀ ବଳରେ ପ୍ରଗତି ଆଣିବୁ ଧରମରେ ରଖି ପ୍ରୀତି । (ଘୋଷା)


ଗୋଟିଏ ମାଆର କୋଟିଏ ସନ୍ତାନ-ଏକମନ ଏକପ୍ରାଣ,

ମୁକ୍ତିର ମଶାଲ ଭକ୍ତି ପୂଜାଫୁଲ ନାହିଁ ଆମ ଭିନ୍ନାଭିନ୍ନ ।

ଶୁଣିବାକୁ ସିନା କେତେ କେତେ ନାଆଁ ଆମେ ତ ଗୋଟିଏ ଜାତି ।

ସତ୍ୟ ଶାନ୍ତି ପ୍ରିୟ ଆମେ ଭାରତୀୟ- ଅହିଂସା ଆମର ନୀତି,

ମୈତ୍ରୀ ବଳରେ ପ୍ରଗତି ଆଣିବୁ ଧରମରେ ରଖି ପ୍ରୀତି । 


ବନ୍ଧୁ ମୈତ୍ରୀ ପଣେ ଗଢିପାରୁ ଆମେ ପ୍ରେମର ତାଜମହଲ,

ଆମରି ହୃଦୟେ ମମତାର ସ୍ରୋତ ବହେ ମନ୍ଦାକିନୀ ଜଳ ।

ମାଟିମାଆ ପାଇଁ ଢାଳିବୁ ରକତ-ପତେଇ ଦେବୁ ଏ' ଛାତି ।

ସତ୍ୟ ଶାନ୍ତି ପ୍ରିୟ ଆମେ ଭାରତୀୟ- ଅହିଂସା ଆମର ନୀତି,

ମୈତ୍ରୀ ବଳରେ ପ୍ରଗତି ଆଣିବୁ ଧରମରେ ରଖି ପ୍ରୀତି ।



Rate this content
Log in

Similar oriya poem from Inspirational