Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sachidananda Kar

Inspirational Children

3  

Sachidananda Kar

Inspirational Children

ଦେଖିଲି ଜମିରେ

ଦେଖିଲି ଜମିରେ

1 min
125


     ଦେଖିଲି ଜମିରେ ଚଷୁଛି 'ଚଇତା'

          ଖରାକୁ ଖାତର ନାହିଁ

     ଦିନ ଦି'ପହର ଝରୁଥିଲା ନିଆଁ

         ପାରୁ ନ ଥିଲି ମୁଁ ଚାହିଁ ।। 


     କହିଲି ହେ ଭାଇ ପାରୁନ କି ଜାଣି

         ଏ ଯେ ଖଇଫୁଟା ତାତି

     ଛାଇରେ ଘଡ଼ିଏ ବସିଯାଅ ଆସି

          କାମରେ ନ ଯାଅ ମାତି ।। 


     ଶୁଖିଥିବ ଓଠ ଲାଗୁଥିବ ଶୋଷ

         ଆସ ପିଇନିଅ ପାଣି

     ମଉଳିଲେ ଖରା ଲାଗିଯିବ କାମେ

         ନିଜେ ନିଜ ମନ ଜାଣି ।। 


     କହିଲା ଚାଷୀ ମୁଁ ଇଏ ମୋ ବେଉସା

         ଖରାକୁ ନାହିଁ ମୋ ଡର

     ଆସିଲେ ବିଲକୁ ଯୁଝିଲେ ମାଟିରେ

         ସୁଖରେ ଚଳେ ମୋ ଘର ।। 


     କି ଖରା ବରଷା କି ଶୀତ କାକର

         ଏଇଠି ଗାଏ ମୁଁ ଗୀତ

    ଫଳାଇ ଫସଲ କରୁଥାଏ ନିତି

         ମୋ ଦେଶ ମାଆର ହିତ ।। 


    ହସହସ ତା'ର କଥାରେ ସେଦିନ

         ଘୂରିଗଲା ମୋର ମଥା

    ଭାବିଲାବେଳକୁ କହିବାକୁ ତାକୁ

         ନ ଥିଲା ମୋ କିଛି କଥା ।। 


    ଜାଣିଛି ମୁଁ ତାକୁ ଦେଖିଛି ବି ତା'ର

         ନୁଆଁଣିଆ ଚାଳଘର

    ବେଶପୋଷାକରେ ଭାରି ସେ ସରଳ

         ନ ଜାଣେ ଆପଣାପର ।। 


    ବୁଝି ମୁଁ ପାରୁନି କି ଭାବେ ଏତେ ସେ

         ଦିଏ ନିତି ପ୍ରତିଦାନ

    ସେଥିପାଇଁ କିବା ସଭିଙ୍କ ମୁହଁରେ

         ଥାଏ ତା'ର ଜୟଗାନ ।।



Rate this content
Log in

Similar oriya poem from Inspirational