Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Er. Prakash Majhi

Inspirational

4.7  

Er. Prakash Majhi

Inspirational

ଦେଖାଅ ହେ ତୁମ ଯାଦୁଗର

ଦେଖାଅ ହେ ତୁମ ଯାଦୁଗର

1 min
284


             

ମାଙ୍କଡ଼ ଛୁଆଟା ଛାଡେ ନାହିଁ ପାଶ 

            ରୁଗୁଣା ମା' କୁ ଜଗିଛି 

ରୋଗଡିଆଁ ଭୟେ ମଣିଷ ପିଲାଟା 

            ମା' କୁ ଦୂରେଇ ରଖିଛି ।

ସ୍ୱାର୍ଥ ପାଇଁ ବ୍ୟର୍ଥ ସାରାଜଗତ 

             ଶୂନଶାନ ଆଜି ମର୍ତ୍ତ

କୁବେର ବି ଆଜି ଆହାର ଖୋଜୁଛି 

             କାହା ପାଶେ ନାହିଁ ଅର୍ଥ ।

ନେତା ଅଭିନେତା ଅବା ଜନତା 

             ସଭିଁଙ୍କ ମୁଣ୍ଡରେ ଚିନ୍ତା 

ମନ ଖୋଲା ହସ କେବେ ଯେ ଆସିବ 

             ଗାଇବା ବିଜୟ ଗାଥା ।

ଫିରିଙ୍ଗି କବଳୁ ମୁକୁଳିଲୋ ସିନା 

              ପଡିଲୁ କରୋନା ହାବୁଡେ 

ଯାତରା ପରବ ପାଳିବା ପାଇଁକି 

               ମନଟା ଆମର ଭୁଷୁଡେ ।

ଭାଷଣ ସାଜିଛି କଷଣ ଆଜି 

              ମିଳନ ଆଣିଛି ଦାରୁଣ 

ଗର୍ବ ଆମର ଖର୍ବ ହୋଇଛି 

              ଜୀବନ କୁ ଡର ଭୀଷଣ ।

ନେତା ଖୋଜୁଛି ଜନତା ଏଠି 

               ଅଭିନେତା ଖୋଜେ ଦର୍ଶକ 

ଶିକ୍ଷକ ଖୋଜେ ଛାତ୍ର ଆଜି 

               ବ୍ୟବସାୟୀ ଖୋଜେ ଗ୍ରାହକ ।

ବିଦ୍ୟାଳୟ ଆଜି କାର୍ଯ୍ୟାଳୟ ହୋଇ 

               ଅନଲାଇନ ଶିକ୍ଷା ଦେଉଛି 

ଶୁଣିଲା ବେଳକୁ କଥାଟା ଯେମିତି 

               ସପନ ଟା ପରି ଲାଗୁଛି ।

ସଜଡା ସଂସାର ଉଜୁଡ଼ି ଯାଉଛି 

               ମଥାରେ ବଢୁଛି ବଥା 

କବିଙ୍କ ମିଳନ ସପନ ହୋଇଛି 

                ପଢନ୍ତି ଅନଲାଇନ କବିତା ।

କରୋନା କାରାର ଆଜୀବନ ଦଣ୍ଡ 

                 କରୁଛି ଅଣନିଶ୍ବାସୀ 

ମୁକ୍ତି ଦିଅ ପ୍ରଭୁ ଏ କଠୋର ଦଣ୍ଡୁ 

                ନତୁବା ଦିଅ ହେ ଫାଶୀ ।

ସୂର୍ଯ୍ୟ, ଚନ୍ଦ୍ର, ତାରା, ଗଗନ ଧରା

                 ସୃଷ୍ଟିର ତୁମେ କାରିଗର 

ଏ ନିଷ୍ଠୁର ସମୟ କର ହେ ବିଜୟ 

                  ଦେଖାଅ ତୁମର ଯାଦୁଗର ।


Rate this content
Log in