STORYMIRROR

ତାରାପ୍ରସାଦ ଜେନା

Tragedy

2  

ତାରାପ୍ରସାଦ ଜେନା

Tragedy

ଦେଇଥଲି ତତେ ଅନେକ କଥା ମୁଁ ସବୁ କି ଫେରାଇ ଦେବୁ

ଦେଇଥଲି ତତେ ଅନେକ କଥା ମୁଁ ସବୁ କି ଫେରାଇ ଦେବୁ

1 min
66


ଦେଇଥିଲି ତତେ ଅନେକ କଥା ମୁଁ

ସବୁ କି ଫେରାଇ ଦେବୁ

ମନ ଦେଇଥିଲି କାଲି କଥା ସିନା

ଆଜି କି ଭୁଲି ତୁ ଯିବୁ 

ଦେଇଥିଲି ତତେ ଅନେକ କଥା ମୁଁ

            ସବୁ କି ଫେରାଇ ଦେବୁ ! ୦ !


ସୁଖ ଦେଇଥିଲି ବୁଝିଲୁନି ଯାହା

ବାଧାକୁ ଦେଉଛୁ ଆଣି

ହସ ଫୁଲ ଦଳି ଶୂନ୍ୟ ଆଞ୍ଜୁଳାରେ

ଭରିଲୁ ଆଖିର ପାଣି

ଏଡ଼େ ନିରିମମ କେମିତିକା ଆହା

ଭଗ୍ୟର ଦଶା କି ହେବୁ

ଦେଇଥିଲି ତତେ ଅନେକ କଥା ମୁଁ

            ସବୁ କି ଫେରାଇ ଦେବୁ ! ୧ !


ସପନର ଆଶା ମାରିଦେଲୁ ସତେ

ନିଜର ହୋଇଲୁ ପର

ବଞ୍ଚିବାର ମାୟା ଟିକକ ଛଡ଼ାଇ

ଭାଙ୍ଗିଲୁ ସରାଗ ଘର

ନେଇ ଜାଣିଥିଲୁ ଦେଇ ଜାଣିଲୁନି

ସୁଖର ଜିନିଷ ସବୁ

ଦେଇଥିଲି ତତେ ଅନେକ କଥା ମୁଁ

            ସବୁ କି ଫେରାଇ ଦେବୁ ! ୨ !



Rate this content
Log in

Similar oriya poem from Tragedy