STORYMIRROR

Ghanashyam Biswal

Abstract

2  

Ghanashyam Biswal

Abstract

ଦେହଜୀବୀ

ଦେହଜୀବୀ

1 min
135

ରାତି ପାହିଲେ

ସୁନ୍ଦରୀ ରୁପସୀ ମାନଙ୍କର

ଭିଡ଼ ଜମେ

ଅନ୍ଧାରିଆ ଇଲାକାରେ

ସହରର ଚକମକ ରାଜରାସ୍ତାରେ

କିଣାବିକା ହୁଏ

ମାନବିକତା

କାହାର ଦେହର ଶୋଷ ମେଣ୍ଟେଇ

ତ ଆଉ କାହାର ପେଟର ଭୋକ

ନ୍ୟାୟ, ଅନ୍ୟାୟର ବାଛବିଚାର କିଛି ଵି ନ ଥାଏ

କି

ନ ଥାଏ କଳା ଗୋରାର ଭେଦଭାବ

ମାଂସ ପାଇଁ ସମସ୍ତେ କଲବଲ

ସମାଜ କି ସାମାଜିକ ହେବାର ଭାବନା ଵି ନ ଥାଏ

ଖୋଲା ଆକାଶ ତଳେ ହୁଏ ମୂଳଚାଲ

ବିକ୍ରିହୁଏ ଇଜ୍ଜତ

କାଗଜରେ ତିଆରି ପଇସା ହୁଏ ସର୍ବସ୍ୱ

ଦେହର ବଜାର ଚାଲେ

ନିର୍ଭୟରେ

ଅନ୍ଧାରି ଇଲାକାରେ

ଆଉ

ଚକମକ ରାଜରାସ୍ତାରେ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract