STORYMIRROR

Panchanan Jena

Romance

4  

Panchanan Jena

Romance

ଦେହାତୀତ ଯାତନା

ଦେହାତୀତ ଯାତନା

1 min
8


ଖାଇ ସାରିଲା ପରେ ଭାବୁଛି

ଶୋଇବି ନା ବସିବି

ମୋବାଇଲ କେଞ୍ଚିବି 

ନା ଛାତ ଉପରକୁ ଯିବି

ଖୋଲା ଆକାଶ ତଳେ

 ଦୁଇ ରାଉଣ୍ଡ ବୁଲି ଆସିବି 

ନା ଟିଭି ଖୋଲିବି ।


ତୁମ ହସ ହସ ଫଟୋ ଟି

ମୋବାଇଲ୍‌ ସ୍କ୍ରିନ୍‌ ଉପରେ ଦିଶିଗଲା

ଯେମିତି ମୋତେ ଦେଖି

ତୁମେ ଫିକ୍ କିନା ହସିଦେଲ

ବାଣୀବିହାର କ୍ୟାମ୍ପସ୍‌ ରେ 

ଅଚାନକ ଭେଟ ହେଲାପରି ।


ପୁଣି ଭାବିଲି

ଭାବନାରେ ବୁଡିଗଲି 

ତୁମେ ବର୍ତ୍ତମାନ କ'ଣ କରୁଥିବ

ମନେ ମନେ ମୋ ବିଷୟରେ ଭାବୁନ ତ

ଏକା ଏକା ମୁରୁକି ହସି ଦେଉନ ତ

ବିଲ୍‌ କୁଲ୍ ମୋ ମଜ୍ଜାଗତ ଭାବନା ପରି ।


ସତରେ ଭାବିଲେ ଭଲ ଲାଗେ

ବସିକି ଭାବିଲେ ଆହୁରି ଭଲ ଲାଗେ

ତଲ୍ଲୀନ ହେଇ ଭାବିଲେ ଅବର୍ଣ୍ଣନୀୟ ଲାଗେ

ଯେମିତି

ଭାବନାରେ କାମନା ଦେହାତୀତ ଯାତନା ମାଗେ ।


Rate this content
Log in

Similar oriya poem from Romance